September 13, 2026

ଛତ୍ରପୁର ପୌର ପରିଷଦର ୧୧ ନଂଓ ୪ନଂୱାର୍ଡରେ ବିଜେଡି ର ପ୍ରଚାର : ଘର କୁ ଘର ବୁଲି ଭୋଟ ଭିକ୍ଷା କଲେ ବିଧାୟକ ଙ୍କ ପତ୍ନୀ

godu
Share

ଛତ୍ରପୁର, ୩ / ୫: ସ୍ତ୍ରୀ କୁ ସ୍ୱାମୀଙ୍କ ଅର୍ଦ୍ଧାଙ୍ଗିନୀ କୁହାଯାଏ l କାରଣ ସ୍ୱାମୀ ର ସୁଖ ଦୁଃଖ ସହିତ ଯୋଡି ହୋଇ ରହିଥାଏ ସ୍ତ୍ରୀ l ସ୍ୱାମୀ ର ସବୁ କାର୍ଯ୍ୟରେ ସ୍ତ୍ରୀ ର ଅର୍ଦ୍ଧେକ ଭୂମିକା ରହିଥାଏ l ଏହି ପରିପ୍ରେକ୍ଷୀରେ ଛତ୍ରପୁର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ସୁବାସ ବେହେରାଙ୍କ ନିମନ୍ତେ ପ୍ରଚାର ମୈଦାନ କୁ ଓଲ୍ଲାଇ ଲେ ବିଧାୟକ ସୁବାସ ବେହେରା ଙ୍କ ପତ୍ନୀ ରୀନା କୁମାରୀ ବେହେରା l ଶୁକ୍ରବାର ଛତ୍ରପୁର ପୌର ପରିଷଦର ୧୧ ନଂଓ ୪ନଂୱାର୍ଡର ପ୍ରତ୍ୟେକ ଘରକୁ ଘର ବୁଲି ନିଜ ସ୍ୱାମୀ ସୁବାସ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ରୀନା l ଏହାସହିତ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାଷ ବେହେରା ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଙ୍କୁ ଡବଲ ଶଙ୍ଖ ଚି଼ହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସେ ଲୋକଙ୍କୁ ନିବେଦନ ମଧ୍ୟ କରିଛନ୍ତି l ରାଜ୍ୟ ସରକାର ମହିଳା ମାନଙ୍କୁ ଆଜି ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବାରୁ ଓଡ଼ିଶାରେ ଷଷ୍ଠ ଥର ପାଇଁ ପୁଣି ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ ସେ ଲୋକଙ୍କୁ ନିବେଦନ କରିଥିଲେ ପୌର ପରିଷଦ ର ଉପାଧ୍ୟାକ୍ଷ G ପାପା ରାଓ ଙ୍କ ନେତୃତ୍ୟରେଓ ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠିଙ୍କ ନେତୃତ୍ୱ ରେ ଗୋପବନ୍ଧୁନଗର ଠାରୁ ବହୁ ମହିଳା, ୱାର୍ଡ ବାସିନ୍ଦା, ଦଳୀୟ ନେତା ଓ କର୍ମୀ ମାନେ ୱାର୍ଡ ର ବିଭିନ୍ନ ସାହି କୁ ବୁଲି ଲୋକଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେବା ନିମନ୍ତେ ଅନୁରୋଧ କରିଛନ୍ତି, ଏହି ପ୍ରଚାର ରେ ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,କାଉନସିଲର ସନ୍ତୋଷୀ ସେଠି, ଦେବାଶିଷ ମିଶ୍ର, ବି. ନିଶ୍ଚଳା, ମମତା ପାତ୍ର, ପ୍ରୀତିଛନ୍ଦା ସାମଲ ଓ କେ. ରମେଶ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୂଖ ପଟ୍ଟନାୟକ,ପୂର୍ବତନ ଏନଏସି ଅଧକ୍ଷା G ଆରତୀ ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ସୁରଜ କୁମାର ସେଠି, ଦୟାନିଧି ଦାଶ, ଲୋକନାଥ ମହାରଣା,ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ,ତ୍ରିଲୋଚନ ବେହେରା ଙ୍କ ସମେତ ୪ନଂ ୱାର୍ଡ ର ବହୁ ମହିଳା ଓ ଯୁବକ ମାନେ ସାମିଲ ହୋଇଥିଲେ