September 14, 2026

ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ

IMG-20260913-WA0002
Share

ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ ବରପାଲି – ୧୨/୯(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ରେଟାମୁଣ୍ଡା ଖେଳପଡିଆରେ ରେଟାମୁଣ୍ଡା ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ପଞ୍ଚମ ଦିବସୀୟ ୫୦ ତମ ସ୍ଵର୍ଣ୍ଣ ଜୟନ୍ତି ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଖେଳ ଗତ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଉଦଯାପିତ ହୋଇଯାଇଛି l ଏଥିରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ଜମୁର୍ଡା, ବଜରଙ୍ଗ ଏଫ୍ସି , ସାହାଜବାହାଲ, ବାଦିବାହାଲ, ବଳିଟିକ୍ରା, ଭେଡେନ, ଚିଚିଣ୍ଡା ବରପାଲି, ବଡକର୍ଲେ, ଅମାମୁଣ୍ଡା, ଧିରପୁର, ଆମ୍ବେଦକର ଏଫ୍ ସି ବରଗଡ, ବରାହଗୁଡା, କନାପାଲି, କାଇଁଶିର୍, ବୁଢ଼ା ରଜା ଏଫ୍ ସି ପ୍ରମୁଖ ୧୬ ଗୋଟି ଦଳ ଭାଗ ନେଇ ଥିଲେ l ପ୍ରଥମ ସେମି ଫାଇନାଲ ବଜରଙ୍ଗ ଏଫ୍ ସି ଓ ବରପାଲି ମଧ୍ୟରେ ହୋଇଥିଲା l ପ୍ରଥମ ସେମିଫାଇନାଲରେ ବଜରଙ୍ଗ ଏଫ୍ ସି ବରପାଲି ଦଳକୁ ୧ – ୦ ଗୋଲ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା l ଦ୍ୟୁତିୟ ସେମି ଫାଇନାଲ ଖେଳ ବୁଢ଼ାରଜା ଏଫ୍ ସି ଓ ଅମ୍ବେଦକର ଏଫ୍ ସି ବରଗଡ ମଧ୍ଯରେ ହୋଇଥିଲା l ପେନାଲଟିକ୍ କିକ ଜରିଆରେ ଆମ୍ବେଦକର ଏଫ୍ ସିକୁ ୪ – ୨ ଗୋଲରେ ବୁଢ଼ାରଜା ଏଫ୍ ସି ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା l ଫାଇନାଲ ଖେଳଟି ବଜରଙ୍ଗ ଏଫ ସି ଓ ଅମ୍ବେଦକର ବରଗଡ ମଧ୍ଯରେ ହୋଇଥିଲା l ଏଥିରେ ଅମ୍ବେଦକର ଏଫ୍ ସି ବରଗଡ ୨ – ୧ ରେ ବଜରଙ୍ଗ ଏଫ୍ ସି ( ତିନିକାନି) ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲା l ଉଦଯାପନୀ ଉତ୍ସବରେ ବିଜେପି ରାଜ୍ୟ ପରିଷଦ ସଭ୍ୟ ଶରତ କୁମାର ବିଶି, ଆଗଲପୁର ମଣ୍ଡଳ ସଭାପତି ପ୍ରଦୀପ ପଧାନ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଲେଖ ନାୟକ, ପ୍ରକାଶ ରାଉତ, ମନୋଜ ଭୋଇ , ତ୍ରିଲୋଚନ ଶିକା, ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପୁରସ୍କୃତ କରିଥିଲେ l ମେନ ଅଫ ମ୍ୟାଚ ଅମ୍ବେଦକର ଏଫ୍ ସି (ବରଗଡ)ର ଶଙ୍କର ଭୋଇ, ବେଷ୍ଟ ଦିଫେନ୍ନ୍ସର ବଜରଙ୍ଗ ଏଫ୍ ସିର ରୁଦ୍ରମଣି ସା, ବେଷ୍ଟ ଗୋଲ କିପର ଅମ୍ବେଦକର ଏଫ୍ ସି ର ଅପୁ ଭୋଇ, ମେନ ଅଫ ଦି ସିରିଜ ଅମ୍ବେଦକର ଏଫ୍ ସି (ବରଗଡ) ର ସମୀର ତପୋ, ପୁରସ୍କୃତ ହୋଇଥିଲେ l ଖେଳଟିକୁ ସମୀର ସାହୁ, ଚିକୁ ବଡ଼ପଣ୍ଡା, ବଜରଙ୍ଗ ମାଝି, ଅମିତ ସାହୁ ପରିଚାଳନା କରିଥିଲେ l ରବି ମଟାରୀ, ବିଦ୍ୟାଧର ଦୀପ, ଭାଗିରଥି ଭୋଇ, ସିଧାନ୍ତ ଧରୁଆ, ମିଲନ ଦୀପ, ନିକେଶ ସିଂ ଦାଉ, କବିସୂର୍ଯ୍ୟ ଭୋଇ, ରୋହିତ ଚାଉଁର, ସାହିଲ ଧରୁଆ , ଶୁଶାନ୍ତ ଭୋଇ, ପ୍ରମୁଖ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l