ଯୁଯୁମୁରା ଦୁର୍ଗାପୂଜା କମିଟି ନୂତନ କର୍ମକର୍ତ୍ତା ନିର୍ବାଚନ, ବରୁଣ ଦେହୁରୀ ପୁଣି ସଭାପତି
ସମ୍ବଲପୁର,୧୩/୦୮:ଯୁଯୁମୁରା ଦୁର୍ଗାପୂଜା କମିଟିର ଏକ ସଭା ସଭାପତି ବରୁଣ କୁମାର ଦେହୁରୀଙ୍କ ସଭାପତିତ୍ୱରେ ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ।ସଭାରେ ସର୍ବସମ୍ମତି କ୍ରମେ ୨୦୨୬ ପାଇଁ ପୂଜା କମିଟି ଗଠନ କରାଯାଇ
ବରୁଣ କୁମାର ଦେହୁରୀଙ୍କୁ ପୁଣି ସଭାପତି ରୂପେ ମନୋନୀତ କରାଯାଇଛି।ସେହିପରି ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଉପସଭାପତି, ସୁରେନ୍ଦ୍ର ବାଗଙ୍କୁ ସମ୍ପାଦକ, ଜଗନ୍ନାଥ ଆମାତଙ୍କୁ ସହ ସମ୍ପାଦକ ଓ ସରୋଜ କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ପଦପାଇଁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି ।ପରିଚାଳନା କମିଟିରେ ସୁରେଶ୍ୱର ପ୍ରଧାନ,ଲଷ୍ମୀକାନ୍ତ ଦେହୁରୀ,ନବୀନ ପ୍ରଧାନ,ପ୍ରହ୍ଲାଦ ପ୍ରଧାନ,ସୁବାସ ବେହେରା,ଅଜିତ କୁମାର ପ୍ରଧାନ, ରମେଶ ଚନ୍ଦ୍ର ବିଶ୍ୱାଳ,ଦୀପକ ମାଝୀ, ତ୍ରିଲୋଚନ ସାହୁ,ଧନେଶ୍ୱର ସେଠ, ଶିଶିର ଅମାତ,ବିପିନ ଅମାତ,ବିରଞ୍ଚି ସାହୁ,ଭିକାରୀରାଜ ବାଗ,ସିଦ୍ଧେଶ୍ୱର ଦଲେଇ ଓ ହେମନ୍ତ କୁମ୍ଭାରଙ୍କୁ ମନୋନୀତ କରାଯାଇଛି।
