ପାରାଦ୍ଵୀପ ଆଦର୍ଶ ଥାନା ପରିସରରେ ପୋଲିସ ପକ୍ଷରୁ ଗୁଣ୍ଡା ପ୍ୟାରେଡ୍ କରାଯାଇଛି।
ପାରାଦ୍ଵୀପ ଆଦର୍ଶ ଥାନା ପରିସରରେ ପୋଲିସ ପକ୍ଷରୁ ଗୁଣ୍ଡା ପ୍ୟାରେଡ୍ କରାଯାଇଛି। ଆଗକୁ ପାରାଦ୍ଵୀପ ରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ହେବାକୁ ଯାଉଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପାରାଦ୍ଵୀପ ପୋଲିସ ପକ୍ଷରୁ ବନ୍ଦରାଞ୍ଚଳରେ ଥିବା ସମସ୍ତ ଅପରାଧୀ ମାନଙ୍କୁ ଡାକି ଏହି ପ୍ୟାରେଡ଼ କରାଇଛି। ଏଥିରେ ମୁଖ୍ୟତଃ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ,ଚୋରି , ଚୋରା ମଦ, ଗଞ୍ଜେଇ, ବ୍ରାଉନ ସୁଗାର ବ୍ୟବସାୟ ରେ ଲିପ୍ତ ଥାଇ ଜେଲ୍ ଯାଇ ଜାମିନରେ ଆସିଥିବା ଅପରାଧୀ ମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କୁ ଡକାଇ ଥାନା ପରିସରରେ ପାରାଦ୍ଵୀପ ଅତିରିକ୍ତ ଏସପି ଆଜିଙ୍କ୍ୟ ମାଣେ ଚେତାବନୀ ଦେଇଛନ୍ତି। ୭ ଦିନ ଧରି ପାରାଦ୍ଵୀପ କୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ, ଏହି ସମୟ ମଧ୍ୟରେ କୌଣସି ଅପରାଧୀକ କାର୍ଯ୍ୟରେ ଲିପ୍ତ ନ ରହିବାକୁ ଚେତାବନୀ ଦେଇଛନ୍ତି ଅତିରିକ୍ତ ଏସପି। ନଚେତ୍ ସେମାନଙ୍କ ଜାମିନ ବାତିଲ କରାଇବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କୁ କୁହାଯାଇଛି। ଏହାଛଡା ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ ନଜର ରଖାଯିବ, ଯାତ୍ରା ସମୟରେ ଚୋରି ଓ ଛିନତାଇ ଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତ୍ୟେକ ମଣ୍ଡପ ରେ ସିସିଟିଭି କ୍ୟାମେରା ଏବଂ ସ୍ବେଛାସେବୀ ମାନଙ୍କର ସହଯୋଗ ରେ ଚଳିତ ବର୍ଷ ବିଶ୍ଵକର୍ମା ପୂଜା ରେ କୌଣସି ସମସ୍ୟା ହେବନାହିଁ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଅତିରିକ୍ତ ଏସପି।
ବ
(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
