ପବିତ୍ର ଗଜ ଲକ୍ଷ୍ମୀ ପୁଜା ଅବସର ରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ……..
ବରଗଡ,
ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର କେମ୍ପ ଛକ ଠାରେ ଶ୍ରୀରାମ ବଣିକ ସଂଘ ଦ୍ୱାରା ଆୟୋଜିତ ପବିତ୍ର ଗଜ ଲକ୍ଷ୍ମୀ ପୁଜା ଅବସର ରେ ନିଷ୍ଠା ପରିବାର ତରଫ ରୁ ଏକ ସ୍ବେଚ୍ଛାକୃତ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୂଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଓ ସମ୍ବାନୀତ ଅତିଥି ଭାବରେ ଡି ମୂରଲୀ କ୍ରିଷ୍ଣା ଓ ସୁଧାଂଶୁ ଗଡତିଆ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶ୍ରଦ୍ଧାଳୁ ମାନେ ମାଁ ଗଜ ଲକ୍ଷ୍ମୀ ଙ୍କ ଦର୍ଶନ କରିବା ସହ ସ୍ୱତଃ ରକ୍ତ ଦାନ କରିଥିଲେ। ସ୍କୁଲ ଛାତ୍ର ଛାତ୍ରୀ ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ପରିବେଷଣ କରି ଥିବା ଛତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ସ୍ମୃତି ଫଳକ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ରକ୍ତ ଦାତା ମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ଶିବିର କୁ ନିଷ୍ଠା ପରିବାର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ଯକ୍ରମ କୁ ଶ୍ରୀରାମ ବଣିକ ସଂଘ ର ସଭାପତି ଶ୍ୟାମ ସୁନ୍ଦର ସାହୁ, ସମ୍ପାଦକ ରିଙ୍କୁ ସେନ କର, ଜମିଦାର ସାହୁ, ଭରତ ପ୍ରଧାନ ଙ୍କ ସହ ସଚ୍ଚି ପଣ୍ଡା, ଜିତୁ ମହାପାତ୍ର, ତ୍ରିପୁରା ସୂହୁଲା ଓ ଅନ୍ୟ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା,ସହଯୋଗୀ, ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ହୃଦୟ ରୁ ଧନ୍ୟବାଦ।
