ସମ୍ଭାବ୍ୟ ବ୍ୟାତ୍ୟା ଅବର୍ଣ୍ଣ କୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ସାମୁଦ୍ରିକ ଝଡ଼ ଅବର୍ଣ ସମ୍ଭାବ୍ୟ ବାତ୍ୟା କୁ ନେଇ ବର୍ଷା ଲାଗି ରହିଛି l ଯାହାକୁ ନେଇ ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସାଧାରଣ ଲୋକ ମାନଙ୍କ ସୁରକ୍ଷା କୁ ଗୁରୁତ୍ୱ ଦେଇଛନ୍ତି l ଗଞ୍ଜାମ ବ୍ଲକ ର ବିଭିନ୍ନ ଅଂଚଳରୁ କଚା ଘର ମାନଙ୍କରେ ରହୁଥିବା 187 ଜଣ ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି l ଏଥି ସହ 32 ଜଣ ଗର୍ଭବତୀ ମହିଳା ମାନଙ୍କୁ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଅଛି l
29 ଟି ବାତ୍ୟା ଆଶ୍ରୟ ସ୍ଥଳ ଜରୁରୀ କାଳିନ ପରିସ୍ଥିତିରେ ଲୋକଙ୍କୁ ବାତ୍ୟା ସମୟରେ ଥଇଥାନ କରିବା ପାଇଁ ପ୍ରସ୍ତୁତ କରି ରଖା ଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ରହିଛି l ବିଭିନ୍ନ ନୋଡାଲ ଅଫିସର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ବାତ୍ୟା ଆଶ୍ରୟ ସ୍ଥଳରେ ରହିଥିବା ଲୋକଙ୍କ ଭଲ ମନ୍ଦ ବୁଝିବା ସହ ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା ପ୍ରତି ସଜାଗ ରହିଛନ୍ତି l
