June 23, 2026

ଗଜପତି ଜିଲ୍ଲାପାଳଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ନିର୍ଦେଶକ ଭାବେ ବଦଳି

IMG-20230622-WA0020
Share

ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି।ସେ ମହିଳା ଓ ଶିଶୁ ବିକାଶ ବିଭାଗ ର ନିର୍ଦେଶକ ଭାବେ ବଦଳି ହୋଇଥିବା ଜଣାପଡିଛି।ଏଠାକୁ ମତ୍ସ୍ୟ ବିଭାଗର ନିର୍ଦେଶକ ଥିବା ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାପାଳ ଭାବେ ଆସୁଥିବା ଜଣାପଡିଛି।ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଦୀର୍ଘ ଦିନ ଏହି ଜିଲ୍ଲାରେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସହ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝି ବହୁ କାର୍ଯ୍ୟ ସମ୍ପାଦନ କରିଥିବା ପ୍ରକାଶ।ଜିଲ୍ଲାପାଳ ଶ୍ରୀ ପଣ୍ଡା ବର୍ତ୍ତମାନ ଯେଉଁ ବିଭାଗରେ ନିଯୁକ୍ତ ହେବେ ସେହି ବିଭାଗରେ ରହି ଏହି ଗଜପତି ଜିଲ୍ଲାର ମହିଳା ଓ ଶିଶୁ ବିକାଶ ର ବହୁ ଉନ୍ନତି ହେବ ଆଶା ରଖିଛନ୍ତି ଗଜପତି ବାସୀ।

You may have missed