May 19, 2024

କାମ କରୁଥିବା ବେଳେ ବୃଦ୍ଧଙ୍କ ହାତଗୋଡ ହେଲା ଅଚଳ , ଅବସ୍ଥା ଗୁରୁତର

Share

କାମ କରୁଥିବା ବେଳେ ବୃଦ୍ଧଙ୍କ ହାତଗୋଡ ହେଲା ଅଚଳ , ଅବସ୍ଥା ଗୁରୁତର
ବୁଗୁଡ଼ା : ତା ୨୨/୦୬/୨୩ : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ହରିଡାଚିରା ଗ୍ରାମରେ ଜନୈକ ବୃଦ୍ଧ ବ୍ଯକ୍ତି କାମ କରୁଥିବା ବେଳେ ହଠାତ୍ ହାତଗୋଡ ଅଚଳ ହେତୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଗୁରୁତର ବୃଦ୍ଧ ଜଣକ ହେଲେ ବିଜୟ ସେଠୀ । ଘଟଣାରୁ ପ୍ରକାଶ ଯେ , ଆଜି ସକାଳେ ବିଜୟ ଟ୍ରାକ୍ଟରରେ ଖତ ଲୋଡ୍ କରୁଥିବା ବେଳେ ହଠାତ୍ ତାଙ୍କର ଗୋଡହାତ ଝିମ୍ ଝିମ୍ ହେବା ସହ ମୁଣ୍ଡ ଘୁରାଇବାରୁ ସେ ସେଠାରେ ବସି ପଡ଼ିଲେ ଏବଂ ତାଙ୍କର ହାତଗୋଡ ଅଚଳ ହୋଇ ପଡିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ସେ ସ୍ଫଷ୍ଟ ଭାବେ କଥାବାର୍ତ୍ତା କରିପାରୁଥିଲେ ବି ହାତଗୋଡ ହଲାଇ ପାରୁନଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।