October 15, 2026

ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ

IMG-20261014-WA0172
Share

 

ବରପାଲି

ବରଗଡ ଜିଲ୍ଲା ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନୀନ ଦୁର୍ଗାପୂଜା କମିଟୀ ତରଫରୁ ଗତ ତା ୧୪.୧୦.୨୦୨୬ ଦିନ ସନ୍ଧ୍ୟାରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି। ଏହି ସମ୍ମିଳନୀରେ ଚଳିତ ୨୦୨୬ ବର୍ଷର ଦୁର୍ଗାପୂଜା ମହୋତ୍ସବ ପାଳନ କରିବାକୁ ଯାଉଛି, ହାରାହାରି ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ପ୍ରସ୍ତାବିତ ବଜେଟ ଲକ୍ଷ୍ଯ ରଖା ଯାଇଛି। ଜଗନ୍ନାଥ ନଗରର ସର୍ବ ସାଧାରଣଙ୍କର ଅକୁଣ୍ଠ ସାହାଯ୍ଯ ସହଯୋଗରେ ଏହି ଯାତ୍ରା ସମ୍ପନ୍ନ ହେବ ଓ ପ୍ରତ୍ୟେକ ଦିନ ଅନ୍ନ ଭୋଗର ବ୍ୟବସ୍ଥା କରା ଯାଇଛି।ଏହି ଦୁର୍ଗା ପୂଜାରେ ପ୍ରତ୍ୟେକ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ରଖା ଯାଇଛି। ଭଶାଣୀ ଯାତ୍ରାରେ ଆଞ୍ଚଳିକ ଲୋକନୃତ୍ଯକୁ ପ୍ରାଧାନ୍ୟ ଦିଆ ଯାଇଛି।ଚଳିତ ବର୍ଷ ପୂଜାରେ ଓଡିଶାର ସ୍ଵନାମଧେୟ ଅତିଥି,ରାଜନେତା, ପଦାଧିକାରୀ ମାନଙ୍କୁ ନିମନ୍ତ୍ରିତ କରି ଆସିବା ପାଇଁ ସ୍ଵିକାରୋକ୍ତି ପ୍ରକାଶ କରିଛନ୍ତି। ଏହି ପୃଜାରେ ଅତ୍ଯନ୍ତ ଜନ ସମାଗମ ହେବାପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ପ୍ରଶାସନଙ୍କୁ ଅନୁରୋଧ କରା ଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରରେ ସାର୍ବଜନୀନ କମିଟୀର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏଂବ ସାଧାରଣ ସଂପାଦକ ଶ୍ରୀ ଯଦୂମଣୀ ତ୍ରିପାଠୀ ସୂଚନା ଦେଇଥିଲେ।ଏଥିରେ ପୂଜା କମିଟୀର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ପରେ ବରଗଡ ଏସ୍.ଡି.ପି.ଓ. ଏ.ବି. ଶିଳ୍ପା (IPS) ଏଂବ ବରପାଲି ଥାନାର ଅଧିକାରୀ ଆଇ .ଆଇ .ସି. ପ୍ରମୋଦ କୁମାର ସାହୁ ପହଞ୍ଚି ପ୍ରେସମିଟରେ ରହି ଆଇନ ଶୃଙ୍ଖଳା ବିଷୟରେ ସଚେତନ କରାଇଥିଲେ।(ସୁଦାମ ଦୀପ)