October 14, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ପୋଡ଼ାଗଡପୀଠରେ ନବରାତ୍ର ପୂଜା ପାଳିତ………

IMG-20261014-WA0035
Share

ଉମରକୋଟ (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଐତିହାସିକ ପୀଠରେ ଗତ ତିନି ଦିନ ଧରି ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜା ଚାଲୁ ରହିଛି ,ଗତ କାଲି ମାଁ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପଇଛନ୍ତି ପୋଡ଼ାଗଡର ମାଁ ଦୁର୍ଗା ମନ୍ଦିର,ଭଙ୍ଗାରାମ ମନ୍ଦିର, ମା କଙ୍କାଲିନୀ ମନ୍ଦିର , ମଙ୍ଗଳା ମନ୍ଦିର , ଗାଦି ମାଁ ମନ୍ଦିର , ଭୈରବ ମନ୍ଦିର, କାଳ ଭୈରବ ମନ୍ଦିର ଚଉଁରୀଆ ମନ୍ଦିର, ମାଁ ପେଣ୍ଡ୍ରାଣୀ ମନ୍ଦିର ସମେତ ପୋଡ଼ାଗଡର ପ୍ରତୀକ ଭୈରବ ଦନ୍ତେଶ୍ୱରୀ ଙ୍କ ବିମାନ, ଖମ୍ବେଶ୍ୱରୀ ଙ୍କ କୁର୍ଛି ଉମରକୋଟ ଗୁଲିପାଟଣା ସ୍ଥିତ ଗୁଡ଼ି ସାହିରେ ଡଃ କୈଳାସ ଚନ୍ଦ୍ର ବେହେରା ଙ୍କ ଘରେ ପୂଜା ପାଇ ଆସୁଛନ୍ତି ସେଠାରେ ବତିଶ ଜଣ ବ୍ରତ ଧାରି ଉପାସ ବ୍ରତ କରୁଛନ୍ତି ମାଁ ଙ୍କ ନୀତି ନିୟମ ପ୍ରକାରେ ହୋମ ଯଜ୍ଞ ଚାଲିଛି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ଶତାଧିକ ଭକ୍ତଙ୍କ ସମାଗମ ହେଉଛି ଏ ବର୍ଷ ପୋଡ଼ାଗଡ ରେ ମଧ୍ୟ ତିନି ମୁଠା ର ପ୍ରତୀକ ଦେବା ଦେବୀଙ୍କ ଲାଠି ଆସି ପହଞ୍ଚିଛି ପୋଡ଼ା ଗଡରେ ଦେବ ପୂଜାରୀ, ପୂର୍ଣ୍ଣ ପୂଜାରୀ, ଗୁରୁବାରୁ ପୁଜାରୀ, କୃଷ୍ଣ ପୂଜାରୀ ସମେତ ଅନେକ ପୂଜକ ନବ ରାତ୍ରିରେ ଉପବାସ ରହି ପୂଜା କରୁଛନ୍ତି ଉମରକୋଟ ରେ କୈଳାସ ବେହେରାଙ୍କ ଘରେ ଛତିଶଗଡ କଣ୍ଡଗାଁ,ସୁଦୂର ରାଜସ୍ଥାନ, କେନ୍ଦୁଝର ,ଭଦ୍ରକ ଭୁବନେଶ୍ୱର ଓ ଡାବୁଗାଁ ସମେତ ଉମରକୋଟ ସହର ର ଭକ୍ତମନେ ଅଖଣ୍ଡ ଦୀପ ବସାଇଛନ୍ତି ଆସନ୍ତା ମଙ୍ଗଳବାର ଦିନ ଉମରକୋଟ ରୁ ପ୍ରତୀକ ବିମାନ ପୋଡ଼ାଗଡ ଅଭିମୁଖେ ବାହାରିବେ ପୂର୍ବରୁ ଜୟପୁର ଓ ଜଗଦଲପୂର୍ ଯାଉଥିଲେ ଏଣୁ ବହୁ ଅସୁବିଧା ହେଉଥିବାରୁ ଶୁ ଯାଉ ନାହାନ୍ତି କେବଳ ଉମରକୋଟ ପେଣ୍ଡରାଣୀ ଲାଠି ଯାଉଛି ,ଦଶହରାରେ ଦେଶିଆ ନାଟ ହେବାର ର ବ୍ୟବସ୍ଥା ରହିଛି।

You may have missed