October 14, 2026

ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ 

IMG-20261014-WA0016
Share

 

ପାରଳାଖେମୁଣ୍ଡି:୧୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମିଗାଁ ପଞ୍ଚାୟତର ଝାମିଗାଁ ଗ୍ରାମର ପଡ଼ାଲା ଭବାନୀ ନିଜ ଶାଶୁ-ଶ୍ୱଶୁରଙ୍କ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହେବା ସହ ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ, ପ୍ରାୟ ୧୦ ମାସ ପୂର୍ବରୁ ପଡ଼ାଲା ଭବାନୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିନଥିବାରୁ ସେ ବିଧବା ଭତ୍ତା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଶାଶୁ-ଶ୍ୱଶୁର ମୃତ୍ୟୁ ପ୍ରମାଣପତ୍ର ଦେଉନଥିବାରୁ ସେ ଅସୁବିଧାରେ ପଡ଼ିଛନ୍ତି।ଏହି ସମସ୍ୟାର ସମାଧାନ ଓ ନ୍ୟାୟ ପାଇବା ଆଶାରେ ପଡ଼ାଲା ଭବାନୀ ଆନ୍ତର୍ଜାତୀୟ ମାନବାଧିକାର ଓ ଦୁର୍ନୀତି ନିବାରଣ ପରିଷଦ (IHRC)ର ଗଜପତି ଜିଲ୍ଲା ମହିଳା ଉପସଭାପତି ଜସ୍ମିନ୍ ଶେଖଙ୍କ ସହ ସାକ୍ଷାତ କରି ନିଜର ଦୁଃଖ ଓ ସମସ୍ୟା ଜଣାଇବା ସହ ସହାୟତା ଲୋଡ଼ିଥିଲେ।ପଡ଼ାଲା ଭବାନୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଜସ୍ମିନ୍ ଶେଖ ତାଙ୍କୁ ସଖୀ ୱାନ୍ ଷ୍ଟପ୍ ସେଣ୍ଟରକୁ ନେଇ ଅଭିଯୋଗ ଦାଖଲ କରିବାରେ ସହଯୋଗ କରିଥିଲେ। ତାଙ୍କୁ ଆବଶ୍ୟକ ଆଇନଗତ ସହାୟତା ଓ ସାମାଜିକ ସହଯୋଗ ଯୋଗାଇଦେବା ସହ ବିଧବା ଭତ୍ତା ଓ ଅନ୍ୟାନ୍ୟ ଆଇନସମ୍ମତ ଅଧିକାର ପାଇବାରେ ସହାୟତା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।ପୀଡ଼ିତାଙ୍କୁ ନ୍ୟାୟ ଓ ଉଚିତ ସହାୟତା ମିଳିବା ପାଇଁ ଜସ୍ମିନ୍ ଶେଖଙ୍କ ଏହି ପ୍ରୟାସକୁ ଏକ ମାନବିକ ପଦକ୍ଷେପ ଭାବେ ଦେଖାଯାଉଛି। ସମ୍ପୃକ୍ତ ପ୍ରଶାସନ ଏହି ଘଟଣାର ଆବଶ୍ୟକ ତଦନ୍ତ କରି ପଡ଼ାଲା ଭବାନୀଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ।

You may have missed