October 15, 2026

ସୋହେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମଞ୍ଚସ୍ଥ ହେଲା ‘ଭରତ ମିଳନ’ ନାଟକ

IMG-20261014-WA0003
Share

ବରପାଲି, – (ସୁଦାମ ଦୀପ) ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସୋହେଲା ରାମଲୀଳା ମହୋତ୍ସବ ଅବସରରେ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରାମାୟଣର ଭାବପୂର୍ଣ୍ଣ ପ୍ରସଙ୍ଗ ‘ଚିତ୍ରକୂଟରେ ଭରତ ମିଳନ’ ନାଟକ ମଞ୍ଚସ୍ଥ ହୋଇଯାଇଛି। ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟକେନ୍ଦ୍ରର ସବୁଜିମାଭରା ଉଦ୍ୟାନ ଚିତ୍ରକୂଟ ପର୍ବତର ଭ୍ରମ ସୃଷ୍ଟି କରିଥିବା ବେଳେ କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏହି ଅବସରରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ବେଶରେ କଳାକାରମାନେ ନବଜାତ ଶିଶୁମାନଙ୍କୁ ଆଶୀର୍ବାଦ ଦେଇଥିଲେ। କମିଟିର କର୍ମକର୍ତ୍ତା ଓ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।