October 14, 2026

ଜାନୁଆରୀ ୧୨ରୁ ୨୨ ଯାଏଁ ବରଗଡ଼ ଧନୁଯାତ୍ରା, ୧୫ ଦିନ ମଧ୍ୟରେ ହେବ କଂସ ଚୟନ

IMG-20261014-WA0002
Share

ବରଗଡ଼ : ( ସୁଦାମ ଦୀପ ) ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ଯାଏଁ ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏନେଇ ଆଜି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା ଓ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ଭୂମିକା ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ସ୍ୱଚ୍ଛ ଓ ଉପଯୁକ୍ତ ସାଂସ୍କୃତିକ ପ୍ରକ୍ରିୟାରେ କଳାକାର ଚୟନ କରାଯିବ। ଏଥିସହ ଧନୁଯାତ୍ରାର ଆର୍ଥିକ ହିସାବ ଉପରେ ସମୀକ୍ଷା କରାଯାଇଥିଲା।ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ୨,୧୩,୩୧,୨୩୯ ଟଙ୍କାର ବଳକା ପାଣ୍ଠି ରହିଛି। ୨୦୨୫-୨୬ ବର୍ଷ ପାଇଁ ମୋଟ ୩,୫୦,୮୭,୮୧୬ ଟଙ୍କା ଖର୍ଚ୍ଚ ହୋଇଛି।ଯାତ୍ରା ଶେଷ ହେବାର ୩୦ ଦିନ ମଧ୍ୟରେ ସମସ୍ତ କମିଟି ଓ ଆବାହକଙ୍କୁ ଖର୍ଚ୍ଚର ହିସାବ ଦାଖଲ କରିବାକୁ ନିଷ୍ପତ୍ତି ହୋଇଛି।