କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଜନଜାଗରଣ ମଞ୍ଚ ଓ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି,
କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଜନଜାଗରଣ ମଞ୍ଚ ଓ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି,,
ବାଲେଶ୍ଵର ଜିଲ୍ଲା ନିଳଗିରି- ଖଇରା- ଆନନ୍ଦପୁର- ଘଟଗାଁ ତାରିଣୀ ପୀଠ ଦେଇ କେନ୍ଦୁଝର ପର୍ଯ୍ୟନ୍ତ ଏକ ରେଳପଥର ଆବଶ୍ୟକତା ଅନୁଭବ କରି ଜନଜାଗରଣ ମଞ୍ଚ ଖଇରା ଏବଂ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଦୀର୍ଘଦିନ ହେବ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦାବି ଜଣାଇ ଆସୁଅଛି ମଞ୍ଚ ଓ କମିଟି । ବିଭାଗ ପଦକ୍ଷେପ ନେବାରେ ବିଳମ୍ବ ଅନୁଭବ ମନେକରି ତା ୨୦/୬/୨୦୨୩ ରିଖରେ ବାଲେଶ୍ଵର ସର୍କିଟ ହାଉସ ପରିସରରେ କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ପୁନର୍ବାର ଦାବିପତ୍ର ପ୍ରଦାନ କଲା ମଞ୍ଚ ଓ କମିଟି । ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ରେଳପଥ ଓ ଖଇରା ଠାରେ ବିଏସଏନଏଲ(BSNL) ସବ୍-ଡିଭିଜିନାଲ ଅଫିସ୍ ପ୍ରତିଷ୍ଠା ଅନ୍ତର୍ଭୁକ୍ତ ଥିଲା । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ମଞ୍ଚ ଓ କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକ, ମଞ୍ଚ ସମ୍ପାଦକ ନିରଞ୍ଜନ ବେହେରା, କମିଟିର ସମ୍ପାଦକ ଠାକୁର ରଣଜିତ ଦାସ, ଆବାହକ ଅଭିରାମ ମହାପାତ୍ର ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଲମ୍ବୋଦର ନାୟକ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଦାବିପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ମଞ୍ଚ ଓ କମିଟି ତରଫରୁ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।,,
ବାଲେଶ୍ଵର ଜିଲ୍ଲା ପ୍ରତିନିଧି ଦେବାଶିଷ ଦାଶ୍ କ୍କ ରିପୋର୍ଟ।