April 29, 2026

ଘନଘନ ବିଦ୍ୟୁତ କାଟ ପାଇଁ ବାମଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

IMG-20230622-WA0003
Share

ଘନଘନ ବିଦ୍ୟୁତ କାଟ ପାଇଁ ବାମଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି l ପ୍ରବଳ ଖରା ସାଙ୍ଗରେ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି ସରକାର ଙ୍କର ଛତା ସାଙ୍ଗରେ ଜୋତା କାମକରୁନାହିଁ l ଏଥିପାଇଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି l ଏହି ଭଳି ପରିସ୍ଥିତିରେ ଘନଘନ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିପକାଉଛି l ବାରମ୍ବାର ବିଦ୍ୟୁତ କାଟ ବନ୍ଦ କରିବା ଦାବିରେ ଗର୍ଜିଛନ୍ତି ଯୁବ ଫେଡେରେସନ ଓ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ ) ନେତା ଓ କର୍ମୀ l ଏନେଇ ବୁଧବାର ପୂର୍ବତନ ସରପଞ୍ଚ ତଥା ସିପିଆଇଏମ ଆଞ୍ଚଳିକ କମିଟି ସମ୍ପାଦକ ଦିଲ୍ଲୀପ କୁମାର ଛୋଟରାଏଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ନେତୃବୃନ୍ଦ ଗଞ୍ଜାମ ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଂଚି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ବାରମ୍ବାର ବିଦ୍ୟୁତ ନ କାଟିବା, ବିପିଏଲ ଲୋକଙ୍କ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ, ନିର୍ଭୁଲ କରେଣ୍ଟ ବିଲ ପ୍ରଦାନ, ଲୋଭୋଲଟେଜ ସମସ୍ୟା ସମାଧାନ, ଘରୋଇ କରଣ ବାତିଲ ଆଦି ଦାବୀ ପତ୍ରରେ ଉଲ୍ଲେଖ ରହିଛି l ଟାଟା ନେବାଠାରୁ ଏହି ସମସ୍ୟା ଅଧିକ ହେଉଥିବା ବାମଦଳ ପକ୍ଷରୁ କୁହାଯାଉଛି l ଆଗକୁ ଯଦି ଉପରୋକ୍ତ ସମସ୍ୟା ସମାଧାନ ନହୁଏ ତାହେଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦେଇଛି ବାମଦଳ l ଦାବୀ ପତ୍ର ଦେବା ବେଳେ ସିପିଆଇଏମ ରାଜ୍ୟ କମିଟି ସଭ୍ୟ ରାମଚନ୍ଦ୍ର ନାୟକ, ଫେଡେରେସନ ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ, ସମ୍ପାଦକ ଅଜିତ ପାଣିଗ୍ରାହୀ,ସରପଞ୍ଚ ବୈରାଗୀ ବେହେରା, ଆଞ୍ଚଳିକ କମିଟି ସମ୍ପାଦକ ଦିଲ୍ଲୀପ ଛୋଟରାୟ, ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସତୀଶ ସ୍ୱାଇଁ, ଜିଲ୍ଲା କମିଟି ମେମ୍ବର ଖଲି ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ଦୁର୍ୟୋଧନ ସ୍ୱାଇଁ, ପ୍ରଶାନ୍ତ ଗୌଡ଼ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

You may have missed