November 22, 2024

କୋଟପାଡ଼ରେ କୋଛପ ଓ ମୋଛପ ରୂପରେ ଦର୍ଶନ

Share

କୋଟପାଡ଼ରେ କୋଛପ ଓ ମୋଛପ ରୂପରେ ଦର୍ଶନ


କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ପ୍ରସିଦ୍ଧ ରଥ ଯାତ୍ରା ପାଳନ ହୋଇଯାଇଛି I ଆଷାଡ ଶୁକ୍ଳ ଦ୍ଵିତୀୟା ତିଥି ଅବସରରେ ବିଶ୍ୱ ନିୟନ୍ତା କାଳିଆ ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ମଙ୍ଗଳ ବାର ଅନୁଷ୍ଠିତ ହୋଇ ଯାଇଛି. ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ଶୁଭଦ୍ରା ଙ୍କୁ ସାଙ୍ଗରେ ଧରି କର୍ମ ବେଦି ଛାଡି ନବ ଦିନ ଯାତ୍ରା ରେ ରଥା ରୁଢ ହୋଇ ଜନ୍ମ ବେଦି ଅଭି ମୁଖେ ଯାତ୍ରା କରିଛନ୍ତି. ଭକ୍ତ ଙ୍କ ଗହଣ ରେ ଗଡିଛି ଦାରୁ ବିଗ୍ରହ ଙ୍କ ରଥ. ଏକ ବର୍ଷ ପରେ ବଡ ଦାଣ୍ଡରେ ପୁଣି ଭକ୍ତ ଓ ଭଗବାନ ମିଳଣ ହୋଇଛି. ଜଗତ ର ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ମନ୍ଦିର ଛାଡି ଅପେକ୍ଷା ରତ ଅଗଣିତ ଭକ୍ତଙ୍କ ଗହଣ କୁ ଚାଲି ଆସିଛନ୍ତି I ମଙ୍ଗଳ ବାର ସାଡ଼େ ପାଞ୍ଚ ଘଣ୍ଟା ସମୟ ରେ ତିନି ଠାକୁରଙ୍କୁ ମନ୍ଦିର ରୁ ସେବାୟତ ମାନେ ପହଣ୍ଡି କରି ବଡ ଦାଣ୍ଡ ସ୍ଥିତ. ନବନିର୍ମିତ ରଥ ରେ ରଥା ରୁଢ଼ କରିଥିଲେ. ତହସିଲ ଦାର ଶ୍ରୀ ଶକ୍ତି ମହା ପାତ୍ର ଧର୍ମ ପତ୍ନୀଙ୍କ ସହ ପୂଜାର୍ଚ୍ଚନା କରି ଛେରା ପଁହରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା I ପହଞ୍ଚିବା ପରେ ରଥ ଉପରେ ଦର୍ଶନ ଦର୍ଶନ ଦେଇ ଥିଲେ ତିନି ଠାକୁର ଆଜି ଆଡପ ମନ୍ଦିର ବିଜେ ହବା ପରେ ଦର୍ଶନ ଦେଉଛନ୍ତି ମୋଛପ ଓ କୋଛପ ରୂପରେ. ସେବାୟତ ଶ୍ରୀ ଚନ୍ଦ୍ର ଶେଖର ଦାସ. ସଞ୍ଜୟ ପ୍ରହାରାଜ. ରାଜେଶ ଅଧିକାରୀ. ମିନୁ ରଥ. ତପନ ମହା ପାତ୍ର. ବିନୋଦ ତ୍ରିପାଠୀ I ବଜରଙ୍ଗ ମହାପାତ୍ର. ଅଶୋକ ମିଶ୍ର.ବିନାୟକ ଆଚାର୍ଯ୍ୟ ଙ୍କ ସମେତ ବହୁ ସେବା ୟତ ମାନେ ରୀତି ନୀତି ହିସାବରେ ପୂଜା କରୁଥିବା ଜଣା ଯାଇଛି. ଯାତ୍ରା କମିଟି ର ସଭା ପତି ମୋନହର ବିଶୋଇ. ଙ୍କ ସମେତ ସମସ୍ତ କର୍ମ କର୍ତ୍ତା ଙ୍କ ସହଯାଗ ରେ ସୁରୁ ଖୁରୁ ରେ ଯାତ୍ରା ପରି ଚାଳନା ହୋଇଥିବା ଜଣା ଯାଇଛି I ରାତ୍ର ରଥା ରୁଢ଼ ଦର୍ଶନ ସମୟ ରେ ପୋଲିସ ର ଅବହେଳା ଯୋଗୁଁ ଅଳ୍ପ ସମୟ ପାଇଁ ବିଶୃଙ୍ଖଳା ଦେଖା ଦେଇ ଥିଲା ବାହୁଡା଼ ରେ ଯେମିତ ପୋଲିସ ର ଅବହେଳା ନ ହୁଏ ସେଥିପାଇଁ ପ୍ରଶାସନ ତୁରନ୍ତ ହସ୍ତ କ୍ଷେପ କରି ବା ପାଇଁ ଭକ୍ତ ମାନେ ଗଣ ମାଧ୍ୟ ମ ରେ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ ରୁ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଓଡିଶା I