October 9, 2026

ମାଲକାନଗିରିରେ ଗୋପବନ୍ଧୁ ଜୟନ୍ତୀ ପାଳିତ

IMG-20261009-WA0024
Share

 

 

*ମାଲକାନଗିରି, ୯ ଅକ୍ଟୋବର,୨୦୨୬:*

 

ମାଲକାନଗିରି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ପବିତ୍ର ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ଏବଂ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସେଠାରେ ସ୍ଥାପିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମସ୍ତେ ମିଳିତ ଭାବେ ଗୋପବନ୍ଧୁଙ୍କ ସମାଜ ସେବା, ସାମ୍ବାଦିକତା ଏବଂ ଓଡ଼ିଶା ଗଠନ କ୍ଷେତ୍ରରେ ଥିବା ମହାନ ଅବଦାନକୁ ସ୍ମରଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

You may have missed