October 9, 2026

ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବିଧାୟକ ସୁଦର୍ଶନ ହରିପାଲଙ୍କ ନେତୃତ୍ୱରେ ସାମିଲ ହେଲେ ହଜାର ହଜାର ଜନସାଧାରଣ

IMG-20261009-WA0041
Share

 

ସମ୍ବଲପୁର /ରେଙ୍ଗାଲି, ୦୯. ୧୦ : ଜନସାଧାରଣଙ୍କ ସହ ଯୋଡ଼ି ହେବା, ସେମାନଙ୍କ ସମସ୍ୟାକୁ ବୁଝିବା ଏବଂ ଜନସେବାର ସଂକଳ୍ପକୁ ଆଗେଇ ନେବା ଲକ୍ଷ୍ୟରେ ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି। ବିଧାୟକ ସୁଦର୍ଶନ ହରିପାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ହଜାର ହଜାର ଜନସାଧାରଣଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା।

 

ଏହି ପଦଯାତ୍ରାରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକଙ୍କ ସମେତ ବହୁ ବରିଷ୍ଠ ନେତା, ଜନପ୍ରତିନିଧି ଓ ଦଳୀୟ କର୍ମୀ ଯୋଗଦେଇଥିଲେ।

 

ପଦଯାତ୍ରାରେ ସାମିଲ ହୋଇଥିବା ଜନସାଧାରଣଙ୍କ ଉତ୍ସାହ ଓ ସମର୍ଥନ ରେଙ୍ଗାଲି ଅଞ୍ଚଳରେ ଜନସମ୍ପର୍କର ଏକ ନୂତନ ପରିବେଶ ସୃଷ୍ଟି କରିଥିଲା। ଏହି ପଦଯାତ୍ରା କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷାକୁ ଜାଣିବା ସହ ଜନସାଧାରଣଙ୍କ ସହ ସମ୍ପର୍କକୁ ଅଧିକ ମଜଭୁତ କରିବାର ଏକ ପ୍ରୟାସ ବୋଲି ଦଳୀୟ ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି।

 

ଜନସାଧାରଣଙ୍କ ସ୍ନେହ, ଆସ୍ଥା ଓ ସମର୍ଥନକୁ ପାଥେୟ କରି ଜନସେବା ଜାରି ରଖିବା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷାକୁ ପ୍ରାଥମିକତା ଦେବା ଏହି ପଦଯାତ୍ରାର ମୁଖ୍ୟ ବାର୍ତ୍ତା ଥିଲା।

You may have missed