October 6, 2026

ଟାଙ୍ଗିସାହିରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

IMG-20261006-WA0047
Share

 

 

ବୋଲଗଡ଼ (ଉପାନ୍ତ ଖବର ମାନସ ରଞ୍ଜନ କର) ତା୦୫.୧୦: ବୋଲୋଗଡ ମଣ୍ଡଳ ଅଧୀନସ୍ଥ ଟାଙ୍ଗୀସାହି ସ୍ଥିତ ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଗଦାଧର ପରିଡ଼ା ଙ୍କ ଏକାଦଶାହ ଅବସର ରେ ତାଙ୍କ ଜନ୍ମଭୂମି ଟାଙ୍ଗିସହିରେ ସେବାନିବୃତ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା ଙ୍କ ପୌରହିତ୍ୟ ଓ ପ୍ରଧାନ ଶିକ୍ଷକ ମନମୋହନ କହଲସିଂହଙ୍କ ସଂଯୋଜନା ରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ଅତିଥି , ପ୍ରାଣିପାଳନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ଼ ମଧୁସୂଦନ ସୁବୁଦ୍ଧି ଓ ଅବସରପ୍ରାପ୍ତ ସହ ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା , ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଅତିଥିଙ୍କ ସମେତ ସୁବଳ ଛୁଆଳସିଂହ , ଯୋଗୀନ୍ଦ୍ର ନାୟକ , ପ୍ରଫୁଲ୍ଲ ପାଇକରାୟ, ମଦନ ମୋହନ ପୃଷ୍ଟି , ଗୀତାଞ୍ଜଳି ମହାପାତ୍ର , ପଦ୍ମଚରଣ ଦାସ , ଜମ୍ନେଜୟ ମାଝୀ , ବାନମ୍ବର୍ ଷଢ଼ଙ୍ଗୀ, ସନ୍ତୋଷ କୁମାର ସାହୁ , ହେମନ୍ତ ପରିଡ଼ା , ସଂଗ୍ରାମ ମାଝୀ , ତ୍ରିନାଥ ଜେନା ,ସନ୍ଧ୍ୟାରାଣୀ ପାଣି, ଉପସ୍ଥିତ ରହି ସ୍ୱର୍ଗତ ପରଡ଼ା ଙ୍କର ସ୍ମୃତିଚାରଣ କରିଥିଲେ । ଟାଙ୍ଗୀସାହି ସ୍ଥିତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କଳ୍ପନା ବଳିୟାରସିଂହ ,ହର୍ଷ ପ୍ରସାଦ ନାୟକ , କୃଷ୍ଣଚନ୍ଦ୍ର ମହାପାତ୍ର , ସତ୍ୟବାଦୀ ବିଶ୍ୱାଳ , ସନାତନ ଡାକୁଆ , ଅଶୋକ ସାହୁ , ବୈକୁଣ୍ଠ ବେହେରା ଙ୍କ ସମେତ ଟାଙ୍ଗିସାହି ପଡ଼ୋଶୀ ଗ୍ରାମର ବରିଷ୍ଠ ନାଗରିକ ଯୁବଗୋଷ୍ଠୀ ପ୍ରମୁଖ ୪୦୦ ବ୍ୟକ୍ତି ରୁଣ୍ଢ ହୋଇଥିଲେ । ପୁଷ୍ପଲତା ପରିଡ଼ା , ଦୀପିକା ପରିଡ଼ା, ଚିତ୍ତରଞ୍ଜନ ପରିଡ଼ା, ବାସୁଦେବ ବେହେରା ସହଯୋଗ କରିଥିଲେ । ପରିଶେଷରେ ପୁଷ୍ପଲତା ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

You may have missed