ଜରିପୁଟ ଜଙ୍ଗଲରେ ଗୋମାଂସ ଭର୍ତ୍ତି ପିକଅପ୍ ଧରିଲା ପୋଲିସ, ଜଣେ ଅଟକ
ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଜରିପୁଟ ଜଙ୍ଗଲରେ ପିଛା କରି ଏକ ଗୋମାଂସ ଭର୍ତ୍ତି ପିକଅପ୍ ଗାଡ଼ିକୁ ଧରିଛି ପୋଲିସ। ଗାଡ଼ିଟିକୁ ଜବତ କରିବା ସହ ଏଥିରେ ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।
ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଗାଡ଼ିରେ ଥିବା ମାଂସର ପରିମାଣ, ଏହା କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ନିଆଯାଉଥିଲା, ସେନେଇ ତଦନ୍ତ କରାଯାଉଛି।
