November 26, 2026

ଆମ୍ ଆଦମୀ ପାର୍ଟି ପକ୍ଷରୁ ୭୭ତମ ଜାତୀୟ ସମ୍ବିଧାନ ଦିବସ ଓ ୧୫ତମ ପ୍ରତିଷ୍ଠା ଦିବସ ପାଳିତ – ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି, ଦୁର୍ନୀତିମୁକ୍ତ ରାଜନୀତିର ସଂକଳ୍ପ

IMG-20261126-WA0139
Share

*🇮🇳. **ବରଗଡ, ୨୬/.୧୧ (ସୁରେନ୍ଦ୍ର କଠାର):* ଆଜି ୨୬ ନଭେମ୍ବର, ୭୭ତମ ଜାତୀୟ ସମ୍ବିଧାନ ଦିବସ ଏବଂ ଆମ୍ ଆଦମୀ ପାର୍ଟିର ୧୫ତମ ପ୍ରତିଷ୍ଠା ଦିବସ ଅବସରରେ ଅତାବିରାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଦିବସକୁ ଗର୍ବ ଓ ଉତ୍ସାହର ସହ ପାଳନ କରାଯାଇଛି।ଏହି ଅବସରରେ ଭାରତୀୟ ସମ୍ବିଧାନର ମୁଖ୍ୟ ଶିଳ୍ପୀ, ଭାରତ ରତ୍ନ ବାବାସାହେବ ଡ. ବି.ଆର୍. ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମ୍ବିଧାନର ମୂଳମନ୍ତ୍ର ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରାର ଆଦର୍ଶକୁ ଆଗେଇ ନେବା ପାଇଁ ସଂକଳ୍ପ ନିଆଯାଇଛି।କାର୍ଯ୍ୟକ୍ରମରେ ବକ୍ତାମାନେ କହିଲେ, ସମ୍ବିଧାନ କେବଳ ଏକ ବହି ନୁହେଁ, ଏହା କୋଟି କୋଟି ଭାରତୀୟଙ୍କ ଜୀବନର ରକ୍ଷା କବଚ। ସମ୍ବିଧାନ ଯୋଗୁଁ ହିଁ ଗରିବ, ଦଳିତ, ଆଦିବାସୀ, ମହିଳା ସମସ୍ତେ ସମାନ ଅଧିକାର ପାଇଛନ୍ତି। ଆଜି ସମ୍ବିଧାନ ଉପରେ ଆକ୍ରମଣ ହେଉଛି, ଏହାକୁ ରକ୍ଷା କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ।ଆମ୍ ଆଦମୀ ପାର୍ଟିର ୧୫ ବର୍ଷର ଯାତ୍ରା ହେଉଛି ସାଧାରଣ ଲୋକଙ୍କ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ଦୁର୍ନୀତିମୁକ୍ତ ରାଜନୀତି ପାଇଁ ଏକ ସଂଘର୍ଷର ଯାତ୍ରା। ଦିଲ୍ଲୀ, ପଞ୍ଜାବରେ ଆପ୍ ସରକାର ମାଗଣା ଶିକ୍ଷା, ମାଗଣା ଚିକିତ୍ସା, ମାଗଣା ବିଜୁଳି ପାଣି ଦେଇ ଦେଖାଇ ଦେଇଛି ସଚ୍ଛ ରାଜନୀତି ସମ୍ଭବ ବୋଲି ବକ୍ତାମାନେ କହିଥିଲେ।ଓଡ଼ିଶାରେ ମଧ୍ୟ ସାଧାରଣ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଚାଷୀଙ୍କ ସମସ୍ୟା, ଯୁବକଙ୍କ ରୋଜଗାର ପାଇଁ ଆପ୍ ଲଢ଼େଇ ଜାରି ରଖିବ ବୋଲି ସଂକଳ୍ପ ନିଆଗଲା।ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟି ରାଜ୍ୟ ସମ୍ପାଦକ ଭବାନୀ ପ୍ରସାଦ ସାହୁ, ଜିଲ୍ଲା ସମ୍ପାଦକ ସୌରୂପ୍ ଭୋଇ, ଅସିତ୍ ସାହୁ, ମହିଳା ସଭାନେତ୍ରୀ ମରିୟମ ବାର୍ଲ୍ଲା, ଅତାବିରା ସଂଯୋଜକ ଜୟକୃଷ୍ଣା ଛୁରିଆ, ସୁରେନ୍ଦ୍ର ବାଗ, ସରିତା ସୁନା, ଅଭିଳାଷ ସୁନା, ବୈକୁଣ୍ଠ ରୋହିଦାସ, ସୌରଭ ସୁନା ଉପସ୍ଥିତ ଥିଲେ।ଶେଷରେ ସମସ୍ତେ ସମ୍ବିଧାନର ପ୍ରସ୍ତାବନା ପାଠ କରି ଶପଥ ନେଇଥିଲେ – ଆମେ ସମ୍ବିଧାନକୁ ରକ୍ଷା କରିବୁ, ଦୁର୍ନୀତି ବିରୋଧରେ ଲଢ଼ିବୁ, ଆମ ଆଦମୀର ଅଧିକାର ପାଇଁ ସବୁବେଳେ ଠିଆ ହେବୁ।

You may have missed