October 6, 2026

ମହିଳା ସମ୍ମାନ ଓ ସ୍ୱାଭିମାନ ପାଇଁ ବିଜେପି ମହିଳା ମୋର୍ଚ୍ଚାର ଦାବି ଜଟଣୀ ପୌରାଧ୍ୟକ୍ଷଙ୍କ ଇସ୍ତଫା ଦାବି, ଦାବିପତ୍ର ପ୍ରଦାନ

IMG-20261006-WA0020
Share

 

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ମହିଳାମାନଙ୍କ ସମ୍ମାନ ଓ ସ୍ୱାଭିମାନର ସୁରକ୍ଷା ଦାବିରେ ବିଜେପି ଜଟଣୀ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି। ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କ ଇସ୍ତଫା ଦାବି ସହ ବେଆଇନ ଭାବେ ପୌରପରିଷଦ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ନେଇ ଅଭିଯୋଗ ଉଠାଇଛି ମହିଳା ମୋର୍ଚ୍ଚା।ଏହି ଅଭିଯୋଗ ନେଇ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ପୌର ଉପାଧ୍ୟକ୍ଷାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ମହିଳାମାନଙ୍କ ପ୍ରତି ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ସହ ପୌରପରିଷଦରେ ଆଇନ ଓ ନିୟମ ଅନୁଯାୟୀ ପ୍ରଶାସନିକ କାର୍ଯ୍ୟ ପରିଚାଳନା କରିବାକୁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏଥିସହ ପୌରାଧ୍ୟକ୍ଷଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗର ଉଚିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।

You may have missed