September 25, 2026

ଲିପାଲି ରାଉଳ ହେଲେ ଜିଲ୍ଲାବିଜେଡି ମହିଳାମୋର୍ଚ୍ଚା ର ଉପସଭାପତି

IMG-20260925-WA0094
Share

ତିର୍ତ୍ତୋଲ ତା 25/9/2026 ଗତ ସେପ୍ଟେମ୍ବର 24 ତାରିଖଦିନ, ବିଜୁଜନତାଦଳ କାର୍ଯ୍ୟାଳୟ ଶଙ୍ଖଭବନ ରୁ ଏକ ପ୍ରେସବିଜ୍ଞପ୍ତି ରେ ପ୍ରକାଶ ପାଇଥିବା ଖବର ଅନୁଯାଇ, ଜଗତସିଂହପୁର ଜିଲ୍ଲା ବିଜେଡି ମହିଳାମୋର୍ଚ୍ଚା ର ସଭାପତି ଭାବେ ଲୋରା ମହାପାତ୍ର ଙ୍କୁ ନିଯୁକ୍ତି ମିଳିଥିବାବେଳେ, ଆଉ ଷୋଳଜଣ ଙ୍କୁ ଉପସଭାପତି ଭାବେ ନିଯୁକ୍ତି ମିଳିଛି l ସେମାନଙ୍କ ମଧ୍ୟରେ ତିର୍ତ୍ତୋଲବ୍ଲକ , ତିନିନମ୍ବର ଜୋନ ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଲିପାଲି ରାଉଳ ଙ୍କୁ ଜିଲ୍ଲାବିଜେଡି ମହିଳାମୋର୍ଚ୍ଚା ର ଉପସଭାପତି ଭାବେ ନିଯୁକ୍ତି ମିଳିଥିବାରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁଜନତାଦଳ ର ସଭାପତି ନବୀନ ପଟ୍ଟନାୟକ, ରାଜ୍ୟମହିଳାମୋର୍ଚ୍ଚା ର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଓ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହିତ, ନବନିଯୁକ୍ତ ସମସ୍ତ କର୍ମକର୍ତ୍ତା ସହିତ ମିଳିମିଶି, ଜିଲ୍ଲାରେ ମହିଳାସଙ୍ଗଠନ କୁ ସୁଦୃଢ ଓ ଅଧିକ ଗତିଶୀଳ କରିବା ପାଇଁ ପ୍ରଚେଷ୍ଟାଜାରି ରଖିବାପାଇଁ ସଂକଳ୍ପବଦ୍ଧ ବୋଲି ସୂଚନା ଦେଇଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed