ଝଙ୍କଡ଼ ସାରଳାଙ୍କ ପାର୍ବଣପୂଜା ଉପଲକ୍ଷେ ପୁନଃ ପ୍ରସ୍ତୁତି ବୈଠକ
ତିର୍ତ୍ତୋଲ ତା 25/9/2026 କିଛିଦିନ ପୂର୍ବରୁ ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସାର୍ଵଜନୀନ ଶାରଦୀୟ ପାର୍ବଣପୂଜା ଉପଲକ୍ଷେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଥିଲେ ମଧ୍ୟ ଏଥିରେ ଦଶଘର ପଣ୍ଡା ଓ ଦାଶଘର ସେବାୟତ ପ୍ରତିନିଧି ମାନଙ୍କ ମଧ୍ୟରୁ ଅଧିକାଂଶ ଉପସ୍ଥିତ ନଥିବାରୁ, ସେବାୟତ ପ୍ରତିନିଧି ମାନଙ୍କ ଆପତ୍ତି ଅଭିଯୋଗ କୁ ଭିତ୍ତିକରି, ପୁନଃର୍ବାର ଗତ ପଚିଶତାରିଖ ଦିନ ଅପରାହ୍ନ ରେ, ମନ୍ଦିରପରିସରରେ ଥିବା ସଭାଗୃହ ରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ପାର୍ବଣପୂଜାକୁ ଶାନ୍ତିଶୃଙ୍ଖଳା ଓ ବୈଦିକ ଵିଧିବିଧାନ ରେ ପାଳନ କରିବାନିମନ୍ତେ, ନିୟୋଜିତ ସମସ୍ତ ସେବାୟତ ନିଷ୍ଠାପର ଭାବରେ ପାଳନ କରିବାପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ଏହି ଆଲୋଚନା ରେ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲଥାନା ଏସ ଡି ପି ଓ ଅଜୟ କୁମାର ଦାସ, କନକପୁର ପୋଲିସଫାଣ୍ଡି ଅଧିକାରୀ ବିଶ୍ୱଜିତ ଗଡ଼ନାୟକ, ରଘୁନାଥ ଟୁଡୁ ଓ ମନ୍ଦିରଫାଣ୍ଡି ଅଧିକାରୀ ସଞ୍ଜୟ କୁମାର ରାଉତ ପ୍ରମୁଖ ପ୍ରଶାସନିକ ଅଧିକାରୀ ଙ୍କ ସମେତ, ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ପରିଛା ଦୁର୍ଗାଚରଣ ପଣ୍ଡା, ପ୍ରମୋଦ କୁମାର ପଣ୍ଡା, ସୁନୀଲ ମନୋହର ପଣ୍ଡା, ବିଜୟ କୁମାର ରାଉଳ, ରମେଶ ଚନ୍ଦ୍ର ରାଉଳ, ବିଶ୍ୱରଞ୍ଜନ ରାଉଳ, ତ୍ରିଲୋଚନ ରାଉଳ, ଅଜୟ କୁମାର ରାଉଳ, ହରେକୃଷ୍ଣ ନାୟକ, ଜିତେନ୍ଦ୍ର ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ ମାଆଙ୍କ ସୁସଜ୍ଜିତ ବେଶଭୁଷା, ପଟୁଆର, ଯଜ୍ଞ, ସମୂହ ଚଣ୍ଡୀପାଠ ଓ ବିଶେଷକରି ମଣ୍ଡାଭୋଗ ବଣ୍ଟନ କ୍ଷେତ୍ରରେ ସ୍ୱଚ୍ଛତା ଉପରେ ନିଜନିଜର ମତାମତ ଉପସ୍ଥାପନ କରିଥିଲେ l ଅନ୍ୟତମ ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି, ପାର୍ବଣପୂଜାର ଵିଧିବ୍ୟବସ୍ଥା ବିଷୟରେ ସୂଚନା ପ୍ରଦାନ କରିଥିବାବେଳେ କିରାଣୀ ପ୍ରଦୀପ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
