ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ବରପାଲି : ୨୫/୯(ସୁଦାମ ଦୀପ) ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନବାଗତଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ଯକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ଉକ୍ତ ସଭାରେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ । ବିଭାଗୀୟ ମୁଖ୍ଯ ଅଧ୍ଯାପକ ଅଲେଖ କୁମାର ମହାନନ୍ଦ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ଅଧ୍ଯାପିକା ଦେବାଙ୍ଗିନୀ ସାହୁ, ଅଞ୍ଜନା ଭୋଇ ସୀମା ଭୋଇ ସଭାରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବାପାଇଁ ପ୍ରେରଣା ଦେଇଥିଲେ । ବିଭାଗର ବରିଷ୍ଠ ଛାତ୍ରଛାତ୍ରୀମାନେ ନବାଗତଙ୍କୁ ଫୁଲ, ଚନ୍ଦନ ଓ ଉପହାର ଦେଇ ସ୍ବାଗତ କରିଥିଲେ । ଏହି ଅବସରରେ ବିଭାଗୀୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଯୁକ୍ତ ତିନି ୩ୟ ବର୍ଷର ଛାତ୍ର ଶ୍ରୀମାନ ରୁଦ୍ରଦେବ ମେହେର ଧନ୍ଯବାଦ ଅର୍ପଣ କରିଥିଲେ ।
