ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ
ବରପାଲି, ୨୫।୯(ସୁଦାମ ଦୀପ) : ବରପାଲି ତହସିଲ ଛକସ୍ଥିତ ଜୟ ଜଗଦମ୍ବା କ୍ଲବ ପକ୍ଷରୁ ଆଗାମୀ ଦୁର୍ଗାପୂଜା ନିମନ୍ତେ ଶୁଭ ସ୍ତମ୍ଭ ସ୍ଥାପନ ଅନୁଷ୍ଠାନ ଧୁମ୍ଧାମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରଥମ ସଭାପତି ନରେନ୍ଦ୍ର କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ଏହି ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଚିତ୍ତରଞ୍ଜନ ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ହେମନ୍ତ ମିଶ୍ର ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଶୁଭ ସ୍ତମ୍ଭ ସ୍ଥାପନ କରାଇଥିଲେ। ଶୁଭ ସ୍ତମ୍ଭ ସ୍ଥାପନ ପରେ ଚଳିତ ବର୍ଷର ଦୁର୍ଗାପୂଜାକୁ ସୁଚାରୁ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ନେଇ କ୍ଲବ ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ସୁଶୀଳ ଶତପଥୀ, ସମ୍ପାଦକ ବୁଲୁ ଦାଶଙ୍କ ସମେତ ଭରତ ଗହୀର, ବଜରଙ୍ଗ ଗହୀର,ଆଶୁତୋଷ ଦାଶ, ସୁବନ ସାହୁ, ରହିତ ରାଉତ, ଦେବରାଜ ମେହେର, ସମରୁ ପରିଡ଼ା, ଶିବୁ ଅଗ୍ରୱାଲ, ବିନୋଦ ଅଗ୍ରୱାଲ, ନରେଶ ଦାଶ ପ୍ରମୁଖ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବରେ ସାମିଲ ହୋଇଥିଲେ।
