ସାମ୍ବାଦିକଙ୍କୁ ଆକ୍ରମଣ ନେଇ ରୂପସା ଥାନାରେ ଏତଲା
ବାଲେଶ୍ବର ( ଦେବାଶିଷ ଦାଶ )
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଉତପଡ଼ା ଯୁବ ସଂଗଠନ ପକ୍ଷରୁ ରୂପସା ଥାନାରେ ଲିଖିତ ଏତଲା ଦିଆଯାଇଛି। ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଏନେଇ ରାଉତପଡ଼ା ଯୁବ ସଂଗଠନର କର୍ମକର୍ତ୍ତାମାନେ ରୂପସା ଥାନାରେ ପହଞ୍ଚି ପୁଲିସକୁ ଲିଖିତ ଏତଲା ପ୍ରଦାନ କରିଥିଲେ।
ସାମ୍ବାଦିକଙ୍କ ସୁରକ୍ଷା ଓ ଗଣମାଧ୍ୟମର ସ୍ୱାଧୀନ କାର୍ଯ୍ୟକୁ ସୁନିଶ୍ଚିତ କରିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ପୁଲିସକୁ ଅନୁରୋଧ କରାଯାଇଛି।
