September 8, 2026

ହାଟଡିହି ଅଞ୍ଚଳରେ ଖୋଲିବ ବୃହତ ଇଣ୍ଟର ନେସନାଲ ସ୍କୁଲ

IMG-20260908-WA0045
Share

 

 

ହାଟଡିହି ତା ୮/୯(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏକ ଇଣ୍ଟରନେସନାଲ ଲେବୁଲ ର ସ୍କୁଲ ଖୋଲିବାକୁ ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିଲାଗି ଭୁବନେଶ୍ୱର ଠାରେ ଆୟୋଜିତ ଏକ ସକ୍ଷତାକର କାର୍ଯ୍ୟକ୍ରମରେ ସଫଳତା ଅର୍ଜନ କରିବା ପରେ ସ୍କୁଲ ଖୋଲିବାର ବାଟ ଫିଟିଛି। ସେମରକ ଓ ସେମଫଡ ଗ୍ରୁପ ଅଫ କମ୍ପାନୀ ପକ୍ଷରୁ ଏହି ସ୍କୁଲ ଖୋଲାଯିବାର ବ୍ୟବସ୍ଥା କରାଯାଉଛି। କମ୍ପାନୀର ଏମ.ଡି ଅମଲ ଆରୋରା, ମିନଲ ଆରୋରା, ଜୟନ୍ତ ବାନାର୍ଜୀ, ଅନୁପ କୁମାର, ଏମ ଡି ସାଜିକ ପ୍ରମୁଖଙ୍କ ସହ ଆଲୋଚନା କରି ଏହି ସ୍କୁଲ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରିଥିବା ଉପାଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ଏହି ସ୍କୁଲ ପ୍ରତିଷ୍ଠା ହେଲେ ଏ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଉନ୍ନତ ମାନର ଶିକ୍ଷା ପାଇ ପାରିବେ ବୋଲି ଶ୍ରୀ ରାଉତ କହିଛନ୍ତି।

You may have missed