October 26, 2026

ତିର୍ତ୍ତୋଲ ପୋଲିସ ଦ୍ୱାରା ଦେଶୀ ମଦ ଜବତ

IMG-20261025-WA0104
Share

 

ତିର୍ତ୍ତୋଲ :- ଚୋରା ନିଶା କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ତିର୍ତ୍ତୋଲ ପୋଲିସ ପାଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ବେଆଇନ ଭାବେ ଜଇପୁର ଆଡ଼କୁ ଦେଶୀ ମଦ ଚାଲାଣ ହେଉଛି। ଏହି ସୂଚନା ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛପଡା ରେଳ ଫାଟକ ନିକଟରେ ଗୋଟିଏ ଧଳା ରଙ୍ଗର ଆକ୍ଟିଭା ସ୍କୁଟି କୁ ଅଟକାଯାଇଥିଲା। ସ୍କୁଟି କୁ ଯାଞ୍ଚ କରିବା ସମୟରେ ୪ଟି କାର୍ଟୁନରୁ ୧୦୦ ବୋତଲ ଆସ୍କା-୪୦ ଦେଶୀ ମଦ ଜବତ ହୋଇଛି, ପ୍ରତି ବୋତଲ ୨୦୦ ମିଲି ଲେଖାଏଁ ଥିବା ବେଳେ ମୋଟ ଜବତ ମଦର ପରିମାଣ ୨୦ ଲିଟର। ନିୟମ ଅନୁଯାୟୀ ମଦ ଏବଂ ସ୍କୁଟର ଜବତ କରାଯାଇଛି। ତିର୍ତ୍ତୋଲ ଥାନା କେସ ନଂ ୩୭୩ ତା ୨୫.୧୦.୨୦୨୬, ଧାରା ୫୨(ଏ) ଓଡ଼ିଶା ଅବକାରୀ ଆଇନ, ୨୦୦୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତ ସୂର୍ଯ୍ୟ ନାରାୟଣ ଦାସ (୩୯), ପିତା- ଅନାଦି ଚରଣ ଦାସ, ଗ୍ରାମ- କଣ୍ଟାପଡା, ଥାନା- ତିର୍ତ୍ତୋଲ, ଜିଲ୍ଲା- ଜଗତସିଂହପୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed