ଆଜିର ଖବର..
୧-ଭୁବନେଶ୍ୱର:ଲଞ୍ଚ ହେଲା Odisha Yatri Safety App। ଏଥିରେ One-Click SOS, Shake & Alert, ଲାଇଭ୍ ଲୋକେସନ୍ ସେୟାରିଂ, ଟ୍ରଷ୍ଟେଡ୍ କଣ୍ଟାକ୍ଟ ଓ ଜରୁରୀ ସେବାର ତୁରନ୍ତ ଆକ୍ସେସ୍ ଭଳି ସୁବିଧା ରହିଛି।
୨-ପାତ୍ରପୁର: ନୂଆ କୋଠା ନିର୍ମାଣ ସରିନି, ସେବାକେନ୍ଦ୍ର ପିଣ୍ଡାରେ ବସି ପଢିଲେ ୨୨୬ ଛାତ୍ର ଛାତ୍ରୀ।
୩-ଓଡ଼ିଶାର ୧୪ OAS ଅଧିକାରୀ ହେଲେ IAS, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦିଆଯାଇଛି ପଦୋନ୍ନତି।
୪-ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା,ସ୍କୁଲ ଆସିବା ବେଳେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ।
୫-ଆସନ୍ତା ୧୨-୧୩ ତାରିଖବେଳକୁ ଏକ ଲଘୁଚାପ,ଗଭୀର ଅବପାତର ରୂପ ନେବ ! ଖୁବ୍ ଶୀଘ୍ର ଆସିବ ସ୍ପଷ୍ଟ ଚିତ୍ର।
୬-ଚାଷୀଙ୍କୁ ମିଳିଲା ସିଏମ୍ କିଷାନ୍ ଟଙ୍କା : ଭୁବନେଶ୍ବର ଓୟୁଏଟି ମଞ୍ଚରୁ ପଞ୍ଚମ କିସ୍ତି ଦେଲେ ମୁଖ୍ୟମନ୍ତ୍ରୀ।
୭-ବାଉଁଶିଆପଣ୍ଡା:ଗଛକୁ ପିଟିଲା ବସ୍, ଡ୍ରାଇଭର ମୃତ, ୨୫ ଯାତ୍ରୀ ଆହତ।ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ।
୮-ପୁରୀ ଗୋପାଳପୁର ଗଞ୍ଜେଇ ବେପାରୀ ଘରେ ଟଙ୍କା ଖଣି; ଭଡ଼ା ଘରୁ ୧୭୬ ପ୍ୟାକେଟର ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ।
୯-ସିଂହପୁର : ଦଶରଥପୁରରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଜଳବନ୍ଦୀ,ମାସେ ହେଲା ପାଠପଢ଼ା ବନ୍ଦ।
୧୦-ମୟୂରଭଞ୍ଜ: ବଦଳି ହେଲେ ବିବାଦୀୟ ଶୁଳିଆପଦା ଏସ୍ ଆଇ।ମୋରମ କାରବାରଠୁ ଲୋକଙ୍କୁ ଦୁର୍ବ୍ୟବହାର ଅଭିଯୋଗ।
୧୧-ଜନ୍ମାଷ୍ଟମୀରେ ମାଟି ଅନୁକୂଳରୁ ପାର୍ବଣର ଶୁଭାରମ୍ଭ, ଆରମ୍ଭ ହେଲା ପାର୍ବଣ ପ୍ରସ୍ତୁତି।
୧୨-ବାଲେଶ୍ବର ସିମୁଳିଆରେ ଏନ୍କାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଗୁରୁତର।
୧୩-ନୂଆ ଦିଲ୍ଲୀ:ଫୁକେଟ୍ ଦିଲ୍ଲୀ ବିମାନ ଦୁର୍ଘଟଣା, ନିଶାସକ୍ତ ପାଇଲଟ୍ ବରଖାସ୍ତ।
୧୪-ପାଟନା : ଗଙ୍ଗା, ସୋନ, ପୁନପୁନ ଏବଂ ଦର୍ଦ୍ଧା ନଦୀର ଜଳସ୍ତର ବୃଦ୍ଧି, ପାଟନା ଜିଲ୍ଲାରେ ବନ୍ୟା ସଙ୍କଟ ଆହୁରି ଖରାପ।
୧୫-GSLV-F17ର ହେଲା ସଫଳ ଉତକ୍ଷେପଣ,କକ୍ଷପଥରେ ସ୍ଥାନିତ ହେଲା EOS-05
୧୬-ସୋନିଆ ଗାନ୍ଧୀଙ୍କ ‘ବିଲଙ୍ଗିଙ୍ଗ୍’ ପୁସ୍ତକ ପ୍ରକାଶନ ପାଇଁ ଘୋଷଣା କଲା ହାର୍ପରକଲିନ୍ସ ଇଣ୍ଡିଆ।
୧୭-ସୀମାରେ ପାକିସ୍ତାନର ହାଇ ଆଲର୍ଟ: ୧୭ ଦିନିଆ ନୋଟାମ ଜାରି କଲା ଭାରତୀୟ ବାୟୁ ସେନା।
୧୮-ଦୁବାଇ: ମହିଳା ଏସିଆ କପ୍,ଭାରତ ପାକିସ୍ତାନ ମୁକାବିଲା ଆଜି ରାତି ୮ଟାରେ।
୧୯-ବିଶ୍ୱ ଜନସଂଖ୍ୟାର ନୂଆ ଆଧ୍ୟାୟ: ୫ ବର୍ଷରୁ କମ୍ ଶିଶୁଙ୍କ ଅପେକ୍ଷା ବହୁତ ବଢ଼ିଲା ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା।
୨୦-ନେପାଳ ଜଳ ପ୍ରଳୟକୁ ୯ ଦିନ,ସ୍ବରଶୁଣି ବଞ୍ଚାଇଲେ ଉଦ୍ଧାରକାରୀ ଦଳ, ସୁଡ଼ଙ୍ଗରୁ ଦୁଇ ଶ୍ରମିକ ଉଦ୍ଧାର।
୨୧-ଭୟଙ୍କର ହେବ ଏଲ ନିନୋ ପ୍ରଭାବ, ଅକ୍ଟୋବରରୁ ହଜିଯିବ ବର୍ଷା,ବଢିଯିବ ତାତି।
🙏 *ସୁପ୍ରଭାତ* 🙏
ଜ୍ଞାନର ଆଲୋକ ଦେଖାଇ ଜୀବନକୁ ସଠିକ୍ ମାର୍ଗରେ ନେଇଯାଉଥିବା ସମସ୍ତ ଗୁରୁଜନଙ୍କୁ, ହୃଦୟରୁ ପ୍ରଣାମ ଓ *ଗୁରୁ ଦିବସର* ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା 🙏📚🌹
