ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ସମ୍ବର୍ଦ୍ଧିତ କଲେ ଗ୍ରାମବାସୀ
ବ୍ରହ୍ମଗିରି, ରାଜ୍ୟ ସରକାରଙ୍କ ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଅଧୀନରେ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ବର୍ଷ ନିମନ୍ତେ ବ୍ରହ୍ମଗିରି ବ୍ଲକର ଗୌଡ଼ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ପ୍ରକାଶ ଥାଉକି, ଉକ୍ତ ବିଦ୍ୟାଳୟ୨୦୨୩-୨୪ ଶିକ୍ଷା ବର୍ଷରେ ଜିଲ୍ଳା ସ୍ତରୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା।ଚଳିତବର୍ଷ ରାଜ୍ୟସ୍ତରୀୟ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିବାରୁ ଗୌଡ଼ସାହି ଗ୍ରାମବାସୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସମସ୍ତ ଶିକ୍ଷକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି। ଆୟୋଜିତ ସଭାରେ ପ୍ରଧାନଶିକ୍ଷକଙ୍କୁ ଭୂୟସୀ ପ୍ରଂଶସା କରାଯାଇଥିଲା। ସହକାରୀ ଶିକ୍ଷକ ଦୈତାରୀ ପଲାଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମୟରେ ତ୍ରିନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ଶ୍ରୀଯୁକ୍ତ ଗଦାଧର ଦାସ, ବିଭୂତି କୁମାର ଦାସ,ନୃସିଂହ ନାଥ ଦେ, କ୍ଷେତ୍ରବାସୀ ଦେ ପ୍ରଭୁତି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
