September 6, 2026

ବୋଲଗଡ଼ ଅଞ୍ଚଳରେ ସାରର ଅଭାବୀ ଓ କଳା ବଜାରୀ ସମ୍ପର୍କରେ ପ୍ରଶାସନ ନୀରବ ଦ୍ରଷ୍ଟା,ସେକ୍ରେଟାରୀ ମାନଙ୍କ କଥାରେ ତାଳମେଳ ରହୁ ନାହିଁ

IMG-20260906-WA0052
Share

 

 

ବୋଲଗଡ଼,୬/୯(ଉପାନ୍ତ ଖବର): ବୋଲଗଡ଼ ବ୍ଲକରେ ସାର ଅଭାବୀ ସମ୍ପର୍କରେ ଆମେ ବହୁବାର ଖବର ପ୍ରକାଶ କରିଥିଲେ ସୁଦ୍ଧା ପ୍ରଶାସନ ମନମାନି ଦେଖା ଯାଇଥିଲା ଆମ ପ୍ରତିନିଧି ବୋଲଗଡ଼ ବ୍ଲକର ୨୪ ଟି ସମବାୟ ସମିତି ଥିବା ସମସ୍ତ ସୋସାଇଟି ସେକ୍ରେଟାରୀଙ୍କ ସହ ଯୋଗାଯୋଗ କରି ସାର ର ସମସ୍ୟା ସମ୍ପର୍କରେ ବୁଝିଥିଲେ। ପ୍ରଥମେ ବ୍ଲକ ର କାଦୁଅପଡା ଓ ଧଳାପଥର ଦାୟିତ୍ୱ ଥିବା ସୋସାଇଟି ସେକ୍ରେଟାରୀଙ୍କୁ ଯୋଗାଯୋଗ କରିଥିଲେ ସାର ର ସମସ୍ୟା ସମ୍ପର୍କରେ ପଚାରିଥିଲେ ।ଆମର ୬ଟି ପ୍ରଶ୍ନ ଥିଲା, ସୋସାଇଟି ଅଧୀନ ରେ କେତେ ଚାଷୀ ପଞ୍ଜିକୃତ ହୋଇଛନ୍ତି ? , କେତେ ସାର ଆବଶ୍ୟକତା ଅଛି ? ସାର ର ମୁଲ୍ୟ କେତେ ? ଓ ପରିବହନ ଖର୍ଚ୍ଚକେତେ ? ପରିବହନ ଖର୍ଚ୍ଚ ଚାଷୀ ବହନ କରିବେ ନା ସରକାର ?,ସାର ବିକ୍ରି ସମୟରେ ମନି ରସିଦ ଦିଆ ଯାଉଛି କି ? ,ସାର ଅଭାବୀ ସମ୍ପର୍କରେ ରେ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିଛନ୍ତି କି ? ଚିଠି ନଂ ଓ ତାରିଖ ? ସେକ୍ରେଟାରୀ ଉତ୍ତର ଦେଇଥିଲେ ଯେ ୫ଶହ ଚାଷୀ ପଞ୍ଜିକୃତ ହୋଇଛନ୍ତି ,୧୬ ଶହ ବସ୍ତା ର ସାର ଆବଶ୍ୟକତା ରହିଛି, ସାର ର ମୂଲ୍ୟ ୨୬୬.୫୦ ପ ଗାଡ଼ି ଖର୍ଚ୍ଚ ବାବଦକୁ ୪୫ ଶହ ଟଙ୍କା ,ଗାଡ଼ି ଖର୍ଚ୍ଚ ଆଗ ଚାଷୀ ବହନ କରିଥିଲେ ,ସାର ବିକ୍ରି ସମୟରେ ମନି ରସିଦ ଦିଆଯାଇ ନାହିଁ, ଅଭାବୀ ସମ୍ପର୍କରେ ଯୋଗାଯୋଗ କରିଥିଲି। ସାଗରଗୁଆଁ ସେକ୍ରେଟାରୀଙ୍କ ଉତ୍ତର ଥିଲା ପ୍ରଥମ ପ୍ରଶ୍ନ ଉତ୍ତର କହିଥିଲେ। କେତେ ଚାଷୀ ପଞ୍ଜିକୃତ କହିପାରିବି ନାହିଁ , ସାର ଯେତେଦେଲେ ସରିବ ,ସାର ମୂଲ୍ୟ ୨୭୦,ପରିବହନ ଖର୍ଚ୍ଚ ୬ହଜାର ,ପରିବହନ ଖର୍ଚ୍ଚ ସରକାର ବହନ କରିବେ ,ସାର ବିକ୍ରି ରେ ମନୀ ରସିଦ ଦିଆଯାଇ ନାହିଁ ,ଅଭାବୀ ସମ୍ପର୍କରେ ଉପର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲି । ଗର୍ଭଣିପଡା ସୋସାଇଟି ସେକ୍ରେଟାରୀ ପ୍ରଶ୍ନ କରିବାରୁ ସିଧା ଉତ୍ତର ଦେଇଥିଲେ ଯେ ଉପର ଅଧିକାରୀଙ୍କୁ ପଚାରନ୍ତୁ ସେ କହିବେ ମୁଁ କହିପାରିବି ନାହିଁ। ଶ୍ରୀଚନ୍ଦନ ପୁରୁ ସେକ୍ରେଟାରୀଙ୍କ ଉତ୍ତର ଥିଲା ୪ଶହ ଚାଷୀ ପଞ୍ଜୀକୃତ , କେତେ ସାର ଆବଶ୍ୟକ କହିପାରିବି ନାହିଁ, ସାର ମୂଲ୍ୟ ୨୭୦/୫ ହଜାର ପରିବହନ ଖର୍ଚ୍ଚ,ପରିବହନ ଖର୍ଚ୍ଚ କିଏ ଦେବ ଆଲୋଚନା ଚାଲିଛି ,ସାର ବିକ୍ରି ସମୟରେ ମନୀ ରସିଦ ଦିଆ ଯାଉ ନାହିଁ, ସାର ଅଭାବୀ ସମ୍ପର୍କରେ ଯୋଗାଯୋଗ କରିଥିଲି।କୁମ୍ଭାରି ସେକ୍ରେଟାରୀଙ୍କ ଉତ୍ତର ଥିଲା- ୫ ଶହ ଚାଷୀ ପଞ୍ଜିକୃତ ହୋଇଛନ୍ତି ,୩ ହଜାର ବସ୍ତା ସାର ଆବଶ୍ୟକ,ସାର ର ମୂଲ୍ୟ ୨୬୬ , ସାର ବିକ୍ରି ସମୟରେ ମନୀ ରସିଦ ଦିଆଯାଇ ନାହିଁ ,ସାର ଅଭାବୀ ସମ୍ପର୍କରେ ଯୋଗାଯୋଗ କରି କହିଥିଲି। ସମପୁର ସେକ୍ରେଟାରୀଙ୍କ କହିଥିଲେ କି ୨୯୧ ଚାଷୀ ପଞ୍ଜିକୃତ ହୋଇଛନ୍ତି, କେତେ ସାର ଆବଶ୍ୟକ କହିପାରିବି ନାହିଁ, ସାରର ମୂଲ୍ୟ,୨୬୬/୫ହଜାର ପରିବହନ ଖର୍ଚ୍ଚ, ପରିବହନ ଖର୍ଚ୍ଚ ସରକାର ଦେବେ, ସାର ବିକ୍ରି ସମୟରେ ମନୀ ରସିଦ ଦିଆଯାଉ ନାହିଁ,ବୋଲଗଡ ସେକ୍ରେଟାରୀଙ୍କ ଉତ୍ତର ଥିଲା- କେତେ ଚାଷୀ ପଞ୍ଜିକୃତ ଜଣା ନାହିଁ, ସାର ୭ ଗାଡ଼ି ଆବଶ୍ୟକ, ସାର ର ମୂଲ୍ୟ ୨୬୬/୬ହଜାର ପରିବହନ ଖର୍ଚ୍ଚ, ସାର ବିକ୍ରି ସମୟରେ ମନୀ ରସିଦ ଦିଆ ଯାଉ ନାହିଁ, ସରକାର ପରିବହନ ଖର୍ଚ୍ଚ ବହନ କରିବେ, ଉପର ଅଧିକାରୀଙ୍କୁ କହିଛି ଚିଠି ନଂ ଦେଇ ପାରିବି ନାହିଁ । ସାର ଅଭାବୀ ସମ୍ପର୍କରେ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲି। ଆରିକିମା ସେକ୍ରେଟାରୀଙ୍କ ଉତ୍ତର ଥିଲା ୨୧୮ ଜଣ ପଞ୍ଜିକୃତ, ସାର ଆବଶ୍ୟକ ନାହିଁ ,ସାର ମୂଲ୍ୟ ୨୭୦,ପରିବହନ ଖର୍ଚ୍ଚ ସରକାର ବହନ କରିବେ, ସାର ବିକ୍ରି ସମୟରେ ସେମିତି କିଛି ରସିଦ ଦିଆଯାଇ ନାହିଁ, ସାର ଅଭାବି ସମ୍ପର୍କରେ ବିଭାଗୀୟଙ୍କୁ ଯୋଗାଯୋଗ କରିଛି ମନେ ନାହିଁ। ବୋଲଗଡ଼ ଓ ଖଙ୍ଗୁରିଆ ସୋସାଇଟି ସେକ୍ରେଟାରୀ ୩୫୦ ଟଙ୍କାରେ ସାର ବିକ୍ରି ଓ କଳା ବଜାରୀ କରୁଥିବା କିଛି ଚାଷୀ ନିଜ ନାମ ଗୋପନ ରଖି କହିଛନ୍ତି। ବ୍ଲକରେ ଥିବା ଅନ୍ୟ ସେକ୍ରେଟାରୀଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା । ଆମେ ବ୍ଲକର ବୁଦ୍ଧିଜୀବୀଙ୍କ ମତାମତ ନେଇ ଥିଲୁ ବୁଦ୍ଧିଜୀବୀ କହିଥିଲେ ବ୍ଲକ ପ୍ରଶାସନ ଚୁପ୍ ,କଳା ବଜାରୀ ବେଧଡକ ଚାଲିଛି । ଆମେ ଜଣେ ସରକାରୀ ଦଳ ନେତାଙ୍କ ମତା ମତ ନେଇଥିଲୁ ସେ ନିଜ ନାମ ଗୋପନ ରଖି କହିଲେ ଯେ ବୋଲଗଡ ବ୍ଲକ ପ୍ରଶାସନ ସବୁ ଜାଣି ନୀରବ ବ୍ଳକ ନେତା ମାନେ ବି ନୀରବ ଚାଷୀ ହନ୍ତ ସନ୍ତ ହେଉଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ