ଅନୁଗୋଳରେ ବ୍ରାଉନ୍ ସୁଗାର ଜବତ, ₹2.10 ଲକ୍ଷ ମୂଲ୍ୟର 21 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ
ଅନୁଗୋଳ ଜିଲ୍ଲାରେ ମାଦକ କାରବାର ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଅନୁଗୋଳ ନମ୍ବର–୧ ଅବକାରୀ ଦଳ ଆଜି ଗିରାଙ୍ଗ ଛକ ନିକଟରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି। ଜବତ ବ୍ରାଉନ୍ ସୁଗାର ଆନୁମାନିକ ମୂଲ୍ୟ ₹୨,୧୦,୦୦୦ ବୋଲି ସୂଚନା ମିଳିଛି।
ଏହି ଘଟଣାରେ ଗିରାଙ୍ଗ ଅଞ୍ଚଳର କିରଣ ସାହୁ (୫୧)ଙ୍କୁ ଗିରଫ କରାଯାଇଛି। ସେ ସ୍ୱର୍ଗତ ଭଗବାନ ସାହୁଙ୍କ ପୁଅ ଏବଂ କୁଲାଡ଼ ଡାକଘର ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ଅବକାରୀ ବିଭାଗ ପକ୍ଷରୁ NDPS ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଚଢ଼ାଉରେ ଏସ୍ଆଇ ଯୋଗେଶ୍ୱର ଜେନା, ଏଏସ୍ଆଇ ସମୀର ମହାଲିକଙ୍କ ସହ ପ୍ରବତ ପରିଡା, ରଜନୀ ପ୍ରଭା ଏବଂ ନୀତିନ ତ୍ରିପାଠୀ ସାମିଲ ଥିଲେ।
ଘଟଣାର ଅଧିକ ତଦନ୍ତ ଜାରି ରହିଛି। ମାଦକ କାରବାର ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ଅବକାରୀ ବିଭାଗ ତଦନ୍ତ ଚଳାଇଛି।
