ସାରଳାରୋଡ଼ ରେ ସାରଳାପୀଠ କୁ ରାସ୍ତା ର ନାମଫଳକ ଵିଜ୍ଞାପନ କାମରେ ଲାଗୁନି ..
ତିର୍ତ୍ତୋଲ ତା 21/6/2026 କଟକ ପାରାଦ୍ୱୀପ ରାସ୍ତାର ଦୋସଡ଼ିକ ଛକ ରେ ବହୁବର୍ଷ ଧରି ପୂର୍ତ୍ତବିଭାଗ ତରଫରୁ, ଏଠାରେ ଥିବା ତୋରଣ ପାର୍ଶ୍ଵରେ ଲଗାଯାଉଥିବା, ସାରଳା ମନ୍ଦିର କୁ ରାସ୍ତା ଵିଜ୍ଞାପନ ରେ 4 କିଲୋମିଟର 500 ମିଟର ଲେଖାଯାଇ ଏକ ତୀରଚିହ୍ନ ମଧ୍ୟ ସୂଚିତ କରାଯାଇ ଥିଲାବେଳେ, ଆଉ କେତେକ ବିଜ୍ଞାପନ ରେ ପାଞ୍ଚକିଲୋମିଟର ଓ ଛଅ କିଲୋମିଟର ବୋଲି ଲେଖାଯାଇଥିଲା l ଏହାର ଯଥାର୍ଥ ସମୀକ୍ଷା କରାଯାଇ ନିର୍ଦ୍ଦିଷ୍ଟ କିଲୋମିଟର ସଂଖ୍ୟା ଏହି ତିନିଟି ବିଜ୍ଞାପନ ରେ ଉଲ୍ଲେଖ କରାଯାଉ ବୋଲି ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହାର ସଂଶୋଧନ କରାଯାଇନଥିଲା l ପରବର୍ତ୍ତୀ ସମୟରେ ଅନ୍ୟଦୁଇଟି ବିଜ୍ଞାପନ ବୋର୍ଡ ଉଭାନ ହୋଇଯାଇଥିବା ବେଳେ, ଏକମାତ୍ର ପୂର୍ତ୍ତବିଭାଗ ଟି ରହିଅଛି l ମାତ୍ର ଏହି ବିଜ୍ଞାପନବୋର୍ଡ ଟି ଦୀର୍ଘବର୍ଷବର୍ଷ ଧରି ରାସ୍ତା ପାର୍ଶ୍ଵରେ ଯାଇଥିବା କେନାଲ ଭିତରକୁ ଭୁଶୁଡିପଡିଛି l ଯାହାଫଳରେ ସମ୍ପ୍ରତି କିଲୋମିଟର ତୀରଚିହ୍ନ ଥିବା କୌଣସି ବିଜ୍ଞାପନ ବୋର୍ଡ ଦୃଷ୍ଟିଗୋଚର ହେଉନଥିବାରୁ, ସାରଳାପୀଠ କୁ ପ୍ରତିଦିନ ଆସୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ଟୁରିଷ୍ଟବସ ଗୁଡିକ ବାଟବଣା ହୋଇ, କିଛିବାଟ ପାରାଦ୍ୱୀପ ଅଭିମୁଖେ ଚାଲିଯିବାପରେ, ପୁନଃଶ୍ଚ ପଚାରିପଚାରି ଫେରିଆସି, ସଠିକ ରାସ୍ତାରେ ସାରଳାମନ୍ଦିର ଯାତ୍ରାକରୁଛନ୍ତି l ପ୍ରଶ୍ନଉଠୁଛି ଏହି ରାସ୍ତା ଦେଇ ଜିଲ୍ଲାପ୍ରଶାସନିକ ଅଧିକାରୀ ମାନଙ୍କ ସମେତ ପୂର୍ତ୍ତବିଭାଗ ର ବଡ଼ବଡ଼ ଯନ୍ତ୍ରୀ ଓ ଅଧିକାରୀ ମାନେ ଯାତାୟତ କରୁଥିବା ବେଳେ ଏମିତି ଏକ ଅଭାବନୀୟ ଘଟଣା କାହାରି ଦୃଷ୍ଟିକୁ ଆସିନାହିଁ କାହିଁକି ? ତେବେ ଏହି ସାରଳାରୋଡ଼ ତୋରଣ ର ଉଭୟପାର୍ଶ୍ଵ ରେ ରାଜ୍ୟସଂସ୍କୃତି ପର୍ଯ୍ୟଟନ ବିଭାଗ ତରଫରୁ ଦୁଇଟି ବିଜ୍ଞାପନ ବୋର୍ଡ ଲଗାଇବାପାଇଁ ସାଧାରଣରେ ଦାବୀ ହେଉଛି l
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
