June 21, 2026

ମହେନ୍ଦ୍ରତନେୟା ନଦୀ ପ୍ରଦୁଷିତ କୁ ନେଇ ଚିନ୍ତା ରେ ପାରଳା ବାସି

IMG-20260621-WA0094
Share

ଅନୁଧ୍ୟାନ କଲେ ବିଧାୟକ ରୂପେସ ପାଣିଗ୍ରାହୀ ପାରଳାଖେମୁଣ୍ଡି – 1936 ମସିହା ରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଥିଲା, ତା ପୂର୍ବରୁ ଓଡ଼ିଶା ଉପରେ ଆନ୍ଧ୍ରର ଲୁଲୁପ ଦୃଷ୍ଟି ରହିଛି ଆନ୍ଧ୍ର ର, ଓଡ଼ିଶା ଆନ୍ଧ୍ର ସୀମାରେ ଥିବା କୋଟିଆ ଠାରୁ ଆରମ୍ଭ କରି ଗଜପତି ଜିଲ୍ଲା ମାଣିକପୁର ଗ୍ରାମକୁ ନିଜ ଅତିଆର କୁ ନେବାପାଇଁ ଆଜି ପ୍ରଯନ୍ତ ଆନ୍ଧ୍ର ସରକାର ନଜର ରଖି ଫେଲ କରିଆସୁଛି, ବର୍ତ୍ତମାନ ଆନ୍ଧ୍ର ଏତେ ତଳକୁ ଖସିଯାଇଛି , ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ପାଟପାଟନମ ର ସଂଗୃହିତ ବିଷାକ୍ତ ମଇଳା ଆବର୍ଜନା ଆଣି ପାରଳା ସହର ର ମହେନ୍ଦ୍ରତାନୟା ନଦୀ ରେ ଲଗାତାର ଭାବେ ପକାଇ ଆସୁଥିବାରୁ, ଆଜି ମାନ୍ୟବର ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ସେଇ ସ୍ଥାନ ଗୁଡ଼ିକୁ ଅନୁଧ୍ୟାନ କରି ତୁରନ୍ତ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଙ୍କୁ ଫୋନ୍ ମାଧ୍ୟମ ରେ ତୁରନ୍ତ ଏହାର ପଦେକ୍ଷପ ନେବା ପାଇଁ ଉପଦେଶ ଦେଲେ ବିଧାୟକ , ଏହି ଅଳିଆ ଆବର୍ଜନା ପକେଇବା ଦ୍ଵାରା ପରିବେଶ ଦୂଷିତ ହେବା ସହ ସେଇ ଅଞ୍ଚଳ ରେ ବସବାସ କରୁଥିବା ଲୋକେ ରୋଗଗ୍ରସ୍ତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି,ବିଧାୟକ ଏହି ଗ୍ରସ୍ତ ସମୟରେ ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ପୌର ଅଧକ୍ଷା ଙ୍କୁ ଏଇ ଅଞ୍ଚଳ ର ଉନ୍ନତିକରଣ ତୁରନ୍ତ କରିବା ପାଇଁ ନିବେଦନ କରିଥିଲେ ବିଧାୟକ। ଗଜପତି ରୁ କୃଷ୍ଣ କୁମାର ବେହେରା ଙ୍କ ରିପୋର୍ଟ