June 18, 2026

ଗଜପତି ଜିଲ୍ଲା ଠିକାଦାର ସଂଘ ର ନିଷ୍ପତ୍ତି ଛ’କୋଟି ଟଙ୍କା ରୁ କମ ଅଟକଳ କାର୍ଯ୍ୟ ବାହାର ଜିଲ୍ଲା ର ଠିକାଦାର ଙ୍କୁ ଛଡ଼ାଯିବ ନାହିଁ …

IMG-20260618-WA0048
Share

 

 

ମୋହନା(ଗଣେଶ ଚନ୍ଦ୍ର ବିଷୋୟୀ)ଗଜପତି ଜିଲ୍ଲା ସମସ୍ତ ରେଜିଷ୍ଟ୍ରିଭୁକ୍ତ ଠିକାଦାର ଆଜି ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। ପ୍ରତିବାଦ ର କାରଣ ରଖିଥିଲେ ଗଜପତି ଜିଲ୍ଲା ର ରେଜିଷ୍ଟ୍ରିଭୁକ୍ତ ଠିକାଦାର ଯେଉଁ ମାନେ ‘ଏ’ ଶ୍ରେଣୀ ଓ ‘ବି’ ଶ୍ରେଣୀ ଭୁକ୍ତ ସେହି ମାନେ କେବଳ ଛ’ କୋଟି ଟଙ୍କା ଅଟକଳ ମଧ୍ୟରେ ଟେଣ୍ଡର ଡାକି ପାରିବେ କିନ୍ତୁ ନିର୍ଦ୍ଧାରିତ ମୂଲ୍ୟରେ। ଛ’କୋଟି ଟଙ୍କାରୁ ଅଧିକା ମୂଲ୍ୟରେ ଥିବା କାର୍ଯ୍ୟ ଗୁଡିକ ଅନ୍ୟ ଜିଲ୍ଲା ଠିକାଦାର ଙ୍କୁ ଟେଣ୍ଡର ଡାକିବା ନିମନ୍ତେ ସୁଯୋଗ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଠିକାଦାର ସଂଘ। ଗଜପତି ଜିଲ୍ଲା ର ଠିକାଦାର ମାନେ ମଧ୍ୟ ଅନ୍ୟ ଜିଲ୍ଲା କୁ ଯାଇ ଟେଣ୍ଡର ପକାଇବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଏହି ଭଳି ପ୍ରତିବାଦ ଜିଲ୍ଲା ର ସମସ୍ତ କାର୍ଯ୍ୟାଳୟ ରେ ପୂର୍ବରୁ ହୋଇଛି ଏବଂ ଆଗାମୀ ଦିନରେ ହେବ ବୋଲି ସୂଚନା ଦେଇଛନ୍ତି ଠିକାଦାର ସଂଘ ର ସଦସ୍ୟ ମାନେ। ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କଣ ନିଷ୍ପତ୍ତି ନେଉଛି ରାଜ୍ୟ ଠିକାଦାର ସଂଘ।

You may have missed