September 1, 2026

ବ୍ରହ୍ମଗିରି ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ

IMG-20260618-WA0005
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଜେପି ସରକାର ବିରୁଦ୍ଧରେ ଏକ ପ୍ରତିବାଦ ଶୋଭାଯାତ୍ରା ଶ୍ରୀଅଲାରନାଥ ମନ୍ଦିର ନିକଟରୁ ବାହାରି ବ୍ରହ୍ମଗିରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବ୍ଲକ ସଭାପତି ବିଦ୍ୟାଧର ସ୍ବାଇଁଙ୍କ ଅଧକ୍ଷତାରେ ବ୍ଲକ ଅଧକ୍ଷା ରତ୍ନବାଳା ବେହେରା, ଉପାଧକ୍ଷା ଙ୍କ ସହିତ ଜିଲ୍ଲାପରିଷଦ, ସମିତିସଭ୍ୟ, ସରପଞ୍ଚ ଏବଂ ୱାର୍ଡସଭ୍ୟମାନେ ଏହି ଶୋଭାଯାତ୍ରା ଯୋଗଦାନ କରି କହିଥିଲେ ଯେ ବିଜେପି ସରକାର ଅଞ୍ଚଳ ରେ ଯେତେବି କାର୍ଯ୍ୟକ୍ରମ କରୁଛି କୌଣସି ଫଳକରେ ଅଧକ୍ଷା, ଉପାଧକ୍ଷା, ଜିଲ୍ଲାପରିଷଦ କି କୌଣସି ସରପଞ୍ଚମାନଙ୍କ ନାମ ନରହିବା ସହିତ ଅନ୍ତୋର୍ଦୟ ଘର ଯୋଜନା ରେ ସ୍ଥାନୀୟ ପ୍ରତିନିଧି ମାନଙ୍କୁ ନଜଣେଇବା ସହିତ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ସମସ୍ତ ପ୍ରତିନିଧି ମାନଙ୍କ ସମାନ ଭାଗିଦାରୀ ଥିଲେହେଁ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ଏବଂ ବ୍ରହ୍ମଗିରି ର ସମସ୍ତ ଉନ୍ନୟନ କାର୍ଯ୍ୟକୁ ବିଳମ୍ବିତ କରିବା ସହିତ ବାର୍ଦ୍ଧକ୍ୟ ଭତ୍ତା ରେ ବିଳମ୍ବକୁ ନେଇ ଶୋଭାଯାତ୍ରା ସହିତ ବ୍ଲକ ଘେରାଉ କରିଛି ବ୍ରହ୍ମଗିରି ବିଜେଡି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed