June 18, 2026

ଉମରକୋଟ ଠାରେ ୭ଦଫା ଦାବି ନେଇ ମେଡିକାଲ ଘେରାଉ………

IMG-20260618-WA0007
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଅଧିନସ୍ଥ ଉମରକୋଟ ସହର ଠାରେ ଗରିବ ସେନା ପକ୍ଷରୁ ବିଶାଳ ଶୋଭାଯାତ୍ରା ବାହାରି ଥିବା ବେଳେ ଏହି ଶୋଭାଯାତ୍ରା ଡିଏନକେ ବଙ୍ଗଳା ଠାରୁ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲା । ଏହି ଗରିବ ସେନାର ମୁଖ୍ୟ ସାଇ ନାରାୟଣ ପାଢ଼ୀ ତଥା ମୁନା ପାଢ଼ୀ ଙ୍କ ଡାକରାରେ ଶହ ଶହ ସଂଖ୍ୟା ରେ ଯୁବକ ଯୁବତୀ ମହିଳା ପୁରୁଷ ଯୋଗଦେଇଥିଲେ ।ଗରିବ ସେନାର ୭ ଗୋଟି ଦାବି କୁ ନେଇ ଶହ ଶହ ସଂଖ୍ୟା ରେ ମେଡିକାଲ ଯାଇ ମେଡିକାଲ ଦାୟିତ୍ଵ ରେ ଥିବା ଅଫିସର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସମେତ ଚନ୍ଦାହାଣ୍ଡି, ଝରିଗାଁ, ଡାବୁଗାଁ, ରାଇଘର ଓ ଉମରକୋଟ ଅଞ୍ଚଳର କିଛି ସ୍ଵଚ୍ଛାସେବକ ଅନୁଷ୍ଠାନର ବ୍ୟକ୍ତି ବିଶେଷ ମାନେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ୧୦ ବର୍ଷ ପୁର୍ବରୁ ବିଗତ ସରକାରଙ୍କର ଅମଳରୁ ଓଡିଶା ସରକାରଙ୍କର ଗୋଟିଏ ଉପଖଣ୍ଡ ଚିକିତ୍ସାଳୟ ଅଛି । ଏହି ୪ ଗୋଟି ବ୍ଲକ ଓ ଆମ ଉମରକୋଟ ସହରର ପ୍ରାୟ ୫ ଲକ୍ଷ ୬୪ ହଜାର ଜନସାଧାରଣ ଏବଂ ଛତିଶଗଡ଼ର ର ବସ୍ତର ଅଞ୍ଚଳ ର ଜନସାଧାରଣ ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି କିନ୍ତୁ ଏହି ଉପଖଣ୍ଡ ଚିକିତ୍ସାଳୟରେ ଯାହା ଯାହା ସୁବିଧା ସୁଯୋଗ ତଥା ଉପକରଣ ଆବଶ୍ୟକତା ପଡ଼ୁଛି ତାହା ସଂପୁର୍ଣ୍ଣ ମାତ୍ରାରେ ପରିପୁର୍ଣ୍ଣ ହୋଇପାରିଲା ନାହିଁ ।ଏଥିପାଇଁ ଏହି ଅଞ୍ଚଳର ରୋଗି ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରଥମ ଦାବି ନବରଙ୍ଗପୁର ରେ ଥିବା DSH କୁ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଉମରକୋଟ ରେ ସ୍ଥାନାନ୍ତରିତ କରାଯାଉ । ଦ୍ଵିତୀୟ ଦାବି Child specialist (pediatrician), Gynaecologist, Medicine specialist (General Physician or Internal Medicine specialist), Orthopedist, Dermatologist, Nose, Eye, Skin specialist ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ । ତୃତୀୟ ଦାବି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଯାହା ଯାହା ଉପକରଣ ଆବଶ୍ୟକତା ଅଛି ତାହା ସଂପୁର୍ଣ୍ଣ ରୁପେ ଯୋଗେଇ ଦିଆ ଯାଉ ।ଚତୁର୍ଥ ଦାବି ଉମରକୋଟ ଚିକିତ୍ସାଳୟରେ ସବୁ ସୁବିଧା ଥିବା ସ୍ଵତେ ବାହାରକୁ ମଳ, ମୂତ୍ର, ରକ୍ତ, ପରିକ୍ଷା କରିବାକୁ ପଡୁଛି ତାହା ମେଡିକାଲ ଭିତରେ ପରିକ୍ଷା କାରଯାଉ ଓ ଏଠାରେ ଦେୟ ମୁକ୍ତ (ବିନା ପଇସା ରେ) ପରୀକ୍ଷା କରା ଯାଏ ର ବୋର୍ଡ ଲଗା ଯାଉ ।ପଞ୍ଚମ ଦାବି ଋକ୍ତ ଭଣ୍ଡାରରେ ଚାର୍ଟ ବୋର୍ଡ ରେ କୌଣସି ଦିନ ଆବସ୍ୟକ ଥିବା ରକ୍ତ ରହୁ ନାହିଁ ବୋଲି ଲେଖା ରହୁଛି । ଏଥି ପାଇଁ ରୋଗି ରକ୍ତ ଅବାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଣୁ ଉପଯୁକ୍ତ ରକ୍ତ, ଋକ୍ତ ଭଣ୍ଡାରରେ ୨୪ ଘଣ୍ଟା ରଖାଯାଉ ଓ ରୋଗୀଙ୍କୁ ସାହାଯ୍ୟ କରାଯାଉ । ଷଷ୍ଠ ଦାବି ମେଡିକାଲ ଆମ୍ବୁଲେନ୍ସ ଗୋଟିଏ ଓ ଶବ ବୋହା ଗାଡି ଗୋଟିଏ ଅତି ଶିଘ୍ର ୨ ଗୋଟି ଗାଡି ଯାଗାଇ ଦିଆଯାଉ ।

ସପ୍ତମ ଦାବି ଚିକିତ୍ସାଳୟରେ ପୁଣି ଗୋଟିଏ ନବଜାତ ଶିଶୁ ମାନଙ୍କ ପାଇଁ ICU ରୁମ ନିର୍ମାଣ କରି ବେଡଞ ବଢାଇ ଦିଆ ଯାଉ । ବୋଲି ଉଲ୍ଲେଖ ରହିଛି । ଏହାର ଏକ ନକଲ ସ୍ଵାସ୍ଥ ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ (ଆଇଏସ୍) ସାଶନ ଶଚିବ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର(ଆଇଏସ୍) ରାଜ୍ୟ ସ୍ବାସ୍ଥଶାସନ ଶଚିବ, ଉପ ମୁଖ୍ୟମନ୍ତ୍ରୀ , ରାଜ୍ୟ ଗଣ ଶିକ୍ଷା ଓ ଆଦିବାସି ହରିଜନ ଓ ପଛୁଆବର୍ଗ ମନ୍ତ୍ରୀ , ଜିଲ୍ଲାପାଳ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ, ଉପଖଣ୍ଡ ଚିକିତ୍ସା ଅଧୁକାରୀ, ଙ୍କୁ ମଧ୍ୟ ପ୍ରେରଣ କରାଯାଇଛି। ଯଦି ୧ ମାସ ମଧ୍ୟରେ ଏହି ଦାବି ପୁରଣ ନହୁଏ ତାହାହେଲେ ୪ ଗୋଟି ବ୍ଲକ ସମେତ ଉମରକୋଟ ସହରର ଜନସାଧାରଣ ବାଧ୍ୟ ହୋଇ ରାଜ ରାସ୍ତାରେ ଅଲ୍ଲାଇବେ ବୋଲି କହିଛନ୍ତି ଗରିବ ସେନା ମୁଖପାତ୍ର ସାଇ ନାରାୟଣ ପାଢ଼ୀ (( ମୁନା ପାଢ଼ୀ)) ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଆଦିବାସୀ ଯୁବନେତା ଅଖିଳ ଭତ୍ରା, ସଞ୍ଜୟ କୁମାର ପାଢୀ , ଶରତ ପାଣିଗ୍ରାହୀ, ରବି ସୁନା , ସନ୍ତୁଳା ଦୁରୀଆ , ରବି ନନ୍ଦ, ବିଷମ ହରିଜନ, ସନ୍ୟାସୀ,ଜିତୁ , ନନ୍ଦ , ଗୋପାଳ ରାଓ, ଏସ ବିଜୟ , ପର୍ଶୁରାମ ନାୟକ, ଅଜୟ ଚୈହାନ, ସୁରେନ୍ଦ୍ର ନାୟକ , ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।