May 25, 2026

ଠାକୁରାଣୀଯାତ୍ରାରେ ଶୋଭା ପାଉଛି, କଳାକୁଞ୍ଜ ମେଢ଼ 

IMG-20260524-WA0090
Share

 

ଛତ୍ରପୁର, ତା. ୨୪ / ୫ /୨୬(ଅରୁଣ କୁମାର ପଣ୍ଡା )

ଛତ୍ରପୁର ସହରରେ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ମା’ରାମାୟଣାମ୍ମାଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଉତ୍ସବ ମୁଖର ହୋଇ ଉଠିଛି । ମେଳଣ,ପଟୁଆର ଶୋଭାଯାତ୍ରାରେ ଦୁର୍ଲ୍ଲଭ ବେଶରେ ଦେବୀଙ୍କ ଘଟଯାତ୍ରା ଦୁଲକି ଉଠିଛି । କଳାକୁଞ୍ଜ ମେଢ଼ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି ।

ଶନିବାର ସନ୍ଧ୍ୟାରେ ବାହାରିଥିବା ଅଷ୍ଟାଦଶତମ ଦେବୀଙ୍କ ଘଟଯାତ୍ରା ରିକାପଲ୍ଲୀ ଅଭିମୁଖେ ଆଗମନ ହୋଇଛି ।

ବଦାନ୍ୟ ବ୍ୟକ୍ତି ସ୍ୱର୍ଗତ ଆଦିନାରାୟଣ ରାଓ ବାବୁଙ୍କ ଅନ୍ତେ ତାଙ୍କ ପୁତ୍ର ପୌତ୍ର ଗଣ ଚଳିତ ବର୍ଷ ମଧ୍ୟ ଆଜି ଦିନର ଯାତ୍ରା ପୃଷ୍ଠପୋଷକତା ବହନ କରିଛନ୍ତି । ତେଣୁ ଶନିବାର ସନ୍ଧ୍ୟାରେ ସାଜନ୍ ବେଣୁ ଗୋପାଳ ରାଓ ଙ୍କ ବାସଭବନ କୁ ଯାଇ ଠାକୁରାଣୀ ନିଜର ନଅ ଜଣ ସାଥୀ ସହଚରୀ ଙ୍କ ସହ ମିଶି ଘଟଯାତ୍ରାରେ ବାହାରିଛନ୍ତି ।

ରିକାପଲ୍ଲୀ ଛକ, ମେଦିରି ସାହି, ବିନୋଦବିହାର ଠାରୁ ଶାଭରାୟା ଦୋକନ୍, ନାଇଡ଼ୁ ବଙ୍ଗଳା ପର୍ଯ୍ୟନ୍ତ ଦେବୀଙ୍କ ଆଗମନ ହୋଇଛି । ପରେ ଦେବୀ ବିଭିନ୍ନ ଦ୍ୱାର ଦେଶ ଯାଇ ବିଳମ୍ବିତ ରାତ୍ରିରେ ଦେବୀ ଅସ୍ଥାୟୀ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ।

ସୂଚନା ଥାଉକି, ଠାକୁରାଣୀଯାତ୍ରାରେ ଶୋଭା ପାଉଛି, କଳାକୁଞ୍ଜ ମେଢ଼ ! ଏହି ମେଢ଼ ମଣ୍ଡପ ଗୁଡ଼ିକ ଶୁକ୍ରବାର ସନ୍ଧ୍ୟାରୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ଠାକୁରାଣୀ ଯାତ୍ରାରେ ଅନ୍ୟାନ୍ୟ ବିବିଧ ପ୍ରଦର୍ଶନ ସହ ଜଡ଼ିତ ହୋଇଥିବା କଳାକୁଞ୍ଜ ମେଢ଼ ଦୃଶ୍ୟ ଅଗଣିତ ଦର୍ଶକଙ୍କୁ ବିମୋହିତ କରିଛି । ଏବେ ଠାକୁରାଣୀ ଯାତ୍ରା ଉତ୍ସବ ମୁଖର ହୋଇ ଉଠିଛି । ଛତ୍ରପୁର ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ମିନି ଷ୍ଟାଡିୟମ୍ ରେ ମୀନା ବଜାର, ରାମ ଦୋଳି ଆଦି ପସରା ମେଲାଇ ଥିବା ମନୋରଞ୍ଜନ ଭରା ପ୍ରଦର୍ଶନୀରେ ହଜାର ହଜାର ସଂଖ୍ୟାରେ ଦର୍ଶକ ବେଶ ମଉଜ କରୁଛନ୍ତି । ଏହି ଠାକୁରାଣୀ ଯାତ୍ରା ଚଳିତ ଜୁନ୍ ମାସ ୫ ତାରିଖରେ ଉଦଯାପିତ ହେବ ବୋଲି ନିଷ୍ପତ୍ତି ଯାତ୍ରା କମିଟି ପକ୍ଷରୁ ନିଆଯାଇଛି ।ଏହି ଯାତ୍ରା ରେ ଯାତ୍ରା କମିଟି ମୁଖ୍ୟ ch ଦୟାନନ୍ଦ ରେଡ୍ଡୀ,ସହ ପରିଚାଳକ ସୌମେରେନ୍ଦ୍ର ସେନାପତି, ସମ୍ପାଦକ ରାଜୁ ରେଡ୍ଡୀ ସମେତ କମିଟି ର ଅନ୍ୟ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଯାତ୍ରା ପରିଚାଳନା କରଥାନ୍ତି।