May 25, 2026

ରାଜନୀତି ବିଜ୍ଞାନ ରେ ସପ୍ତମ ସ୍ଥାନ ରଖିଲେ ତେଜସ୍ଵିନୀ।..

IMG-20260524-WA0093
Share

 

 

 

୨୦୨୬ ର ପ୍ରକାଶିତ ପରୀକ୍ଷା ଫଳରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକରେ ଦଶମ ଠାରୁ ସ୍ନାତକ ପର୍ଯ୍ୟନ୍ତ ଅନେକ ମେଧାବୀ ଛାତ୍ର ଛାତ୍ରୀ ଙ୍କ ଅଦ୍ଭୂତ ପୂର୍ବ ସଫଳତା ନଜରକୁ ଆସିଛି। ନିକଟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ରାଜନୀତି ବିଜ୍ଞାନରେ ଟପ୍ ଟେନ୍ ମଧ୍ୟରେ ଶ୍ରୀ ଭରତ ପତି ମହାବିଦ୍ୟାଳୟର ଛାତ୍ରୀ ତେଜସ୍ଵିନୀ ପ୍ରଧାନ ସର୍ଵ ମୋଟ ୧୧୬୦ ମାର୍କ ଆଣି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସପ୍ତମ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଯୁକ୍ତ ତିନି କଳାରେ ୨୦୨୬ ବର୍ଷ ଶ୍ରୀ ଭରତ ପତି ମହାବିଦ୍ୟାଳୟର ତେଜସ୍ଵିନୀ ଟପ୍ପର ହୋଇଥିବା ବେଳେ ଏହି ସଫଳତା ପାଇଁ କଲେଜର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, ଏଚ ଓ ଡି ମଧୁସ୍ମିତା ବେହେରା, ଅଧ୍ୟାପିକା ପୂର୍ଣ୍ଣପ୍ରଭା ତ୍ରିପାଠୀ, ଅଧ୍ୟାପକ କିଶୋର ଚନ୍ଦ୍ର ନାୟକ ଓ ନିଜ ପିତା ମାତା ଙ୍କୁ ତେଜସ୍ଵିନୀ ଶ୍ରେୟ ଦେଇଛନ୍ତି। ଜରଡା ଗ୍ରାମର ଏକ ମଧ୍ୟବିତ୍ତ ପରିବାରର ପିତା ସୂର୍ଯ୍ୟ ପ୍ରଧାନ, ମାତା ନମିତା ପ୍ରଧାନ ଙ୍କ ଝିଅ ତେଜସ୍ଵିନୀ ପ୍ରଧାନ ରାଜନୀତି ବିଜ୍ଞାନ ରେ ପି ଜି କରି ଅଧ୍ୟାପିକା ହେବାର ସ୍ବପ୍ନ ଦେଖିଥିବା ପ୍ରକାଶ କରିଛନ୍ତି। (ଚିକିଟି ସୁଭଶ୍ରୀ ପ୍ରଧାନ )