September 24, 2026

ସାନଖେମୁଣ୍ଡି ବ୍ଲକରେ ଥିବା ତିନୋଟି ମହାବିଦ୍ୟାଳୟର କଳା ଓ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ..

IMG-20260524-WA0088
Share

ସାନଖେମୁଣ୍ଡି(ବିଜୟ କୁମାର ପ୍ରଧାନ)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଥିବା ତିନୋଟି ମହାବିଦ୍ୟାଳୟର କଳା ଓ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି।ପ୍ରକାଶିତ ଫଳାଫଳରେ ଛାତ୍ରଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ବିଭିନ୍ନ ବିଭାଗରେ କୃତୀ ଛାତ୍ରଛାତ୍ରୀ ମାନେ ଉଚ୍ଚ ମାର୍କ ରଖି ସଫଳତା ହାସଲ କରିଛନ୍ତି।ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର କଳା ବିଭାଗରେ ମୋଟ ୨୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦୫ ଜଣ ପାସ କରିଛନ୍ତି ଓ ୨୧ ଜଣ ଫେଲ ହୋଇଛନ୍ତି।ଏଠାରେ ପାସ ହାର ୯୦.୭୦ ଶତକଡା ରହିଛି। କଳା ବିଭାଗରେ ଶ୍ରାବଣୀ ରାଉତ ୫୨୯ ମାର୍କ ରଖି କୃତୀତ୍ବ ହୋଇଛନ୍ତି।ସେହିପରି ବିଜ୍ଞାନ ବିଭାଗରେ ମୋଟ ୮୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୫ ଜଣ ପାସ ଓ ୨୭ ଜଣ ଫେଲ ହୋଇଥିବା ବେଳେ ପାସ ହାର ୬୭.୦୭ ଶତକଡା ରହିଛି।ଏହି ବିଭାଗରେ ଅମିତ ନାହାକ ୪୮୩ ମାର୍କ ରଖି ସର୍ବାଧିକ ମାର୍କ ଅର୍ଜନ କରିଛନ୍ତି।ସେହିପରି ପୋଡାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ବିଭାଗରେ ମୋଟ ୨୨୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୧ ଜଣ ପାସ କରିଥିବା ବେଳେ ୨୨ ଜଣ ଫେଲ ହୋଇଛନ୍ତି।ଏଠାରେ ପାସ ହାର ୯୦.୧୩% ରହିଛି।କଳା ବିଭାଗରେ ବିମଳ ପ୍ରସାଦ ପଣ୍ଡା ୫୩୧ ମାର୍କ ରଖି କୃତୀତ୍ବ ହୋଇଛନ୍ତି।ବିଜ୍ଞାନ ବିଭାଗରେ ମୋଟ ୩୨ ଜଣ ମଧ୍ୟରୁ ୧୯ ଜଣ ପାସ କରିଥିବା ବେଳେ ୧୩ ଜଣ ଫେଲ ହୋଇଛନ୍ତି।ଏଠାରେ ପାସ ହାର ୫୯.୩୭ ଶତକଡା ରହିଛି। ଏହି ବିଭାଗରେ ଅନନ୍ୟ ଗୌଡ଼ ୩୭୭ ମାର୍କ ରଖି ସର୍ବାଧିକ ମାର୍କ ପାଇଛନ୍ତି।ଏହା ସହ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର କଳା ବିଭାଗରେ ମୋଟ ୧୮୯ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୭୬ ଜଣ ପାସ କରିଥିବା ବେଳେ ୧୩ ଜଣ ଫେଲ ହୋଇଛନ୍ତି।ଏଠାରେ ପାସ ହାର ୯୩.୧୨% ରହିଛି।କଳା ବିଭାଗରେ ଲିଜ୍ଜା ସ୍ୱାଇଁ ୫୦୮ ମାର୍କ ରଖି କୃତୀତ୍ବ ଅର୍ଜନ କରିଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ମୋଟ ୧୭୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୪ ଜଣ ପାସ କରିଥିବା ବେଳେ ୪୨ ଜଣ ଫେଲ ହୋଇଛନ୍ତି।ଏଠାରେ ପାସ ହାର ୭୬.୧୪% ରହିଛି।ବିଜ୍ଞାନ ବିଭାଗରେ ଦିପ୍ତିମୟୀ ଦାସ ୫୪୯ ମାର୍କ ରଖି ସର୍ବୋଚ୍ଚ ମାର୍କ ଅର୍ଜନ କରିଛନ୍ତି।ତିନୋଟି ମହାବିଦ୍ୟାଳୟ ରେ ଛାତ୍ର ମାନଙ୍କୁ ପଛରେ ପକାଇ କଳା ଓ ବିଜ୍ଞାନ ରେ ଛାତ୍ରୀ ମାନେ ପ୍ରଥମ ହୋଇଥିବା ଦେଖିବାକୁ ମିଳିଛି।ସମୁଦାୟ ଭାବେ ଦେଖିବାକୁ ଗଲେ ସାନଖେମୁଣ୍ଡି ବ୍ଲକର ଏହି ତିନୋଟି ଶିକ୍ଷାନୁଷ୍ଠାନର ଫଳାଫଳ ସନ୍ତୋଷଜନକ ରହିଥିବା ବେଳେ କଳା ବିଭାଗରେ ଉଚ୍ଚ ପାସ ହାର ଦେଖିବାକୁ ମିଳିଛି।