ସରକାରୀ(ଏସ.ଏସ.ଡି.) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
କୋଟପାଡ଼:::: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକର ସରକାରୀ(ଏସ.ଏସ.ଡି.) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶନ ପରେ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି।ଏହି ଅନୁଷ୍ଠାନର ଆରମ୍ଭରୁ କାର୍ଯ୍ୟରତ ପ୍ରିନ୍ସପାଲ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କ ଅନବରତ ପରିଶ୍ରମ ଦ୍ୱାରା ବର୍ଷକୁ ବର୍ଷ ସଫଳତାର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଆସୁଛି। ଚଳିତ ବର୍ଷ ଅନୁଷ୍ଠିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଏହି ଅନୁଷ୍ଠାନର ମୋଟ ୧୧୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଶତ ପ୍ରତିଶତ ସଫଳତା ହାସଲ କରିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଖବର ହସ୍ତଗତ ହୋଇଛି।ମୋଟ ୧୧୪ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୮୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୩ ଜଣ ପରୀକ୍ଷାର୍ଥୀ ଦ୍ୱିତୀୟ ଶ୍ରେଣୀ ଏବଂ ୦୭ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅମ୍ରିତା ସାହୁ ମୋଟ ୫୨୪ ନମ୍ବର ରଖି ଅନୁଷ୍ଠାନ ପାଇଁ ପ୍ରଥମ ହୋଇଥିଲାବେଳେ ଧରିତ୍ରୀ ଜାନୀ ୫୧୮ ମାର୍କ ସହ ଦ୍ୱିତୀୟ ଏବଂ ସଞ୍ଜୁକ୍ତା ମାଝୀ ୫୦୫ ମାର୍ଚ୍ଚ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅଭିଭାବକ ମହଲରୁ ଅନୁଷ୍ଠାନର ପ୍ରିନ୍ସପାଲ ରଞ୍ଜିତା ମହନ୍ତ, ଅଧ୍ୟାପକ ଆଶିଷ କୁମାର ଭୂଏ, ହେମନ୍ତ କୁମାର ବେହେରା, ଜିତେନ୍ଦ୍ର ନାରାୟଣ ନାଗ,ମିଣ୍ଟୁ ମୈତୀ ତଥା ଅଧ୍ୟାପିକା ଡକ୍ଟର ମୁଚିପଲି ସୈଲଜା ଏବଂ ସାଧନା ମହାନ୍ତିଙ୍କୁ ଅନେକ ଅଭିନନ୍ଦନ ଓ ଧନ୍ୟବାଦ ଅର୍ପଣ କରାଯାଇଥିବା ଜଣାପଡ଼ିଛି।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ.
