May 25, 2026

ଜାତୀୟ ରାଜପଥରେ ଦୁଇ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ଧକ୍କା

IMG-20260524-WA0083
Share

 

ଗଞାମ=ପ୍ରଦୀପ କୁମାର ପଣ୍ଡା

 

ହୁମା ଫାଣ୍ଡି ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ – ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ଯଭାଗରେ ଥିବା ଜସଷ୍ଟିଂଙ୍ଗ ନିକଟରେ

ଗୋଟାଏ କାର୍ ଅନ୍ୟ ଏକ କାର୍ର ପଛକୁ ଧକ୍କା ଦେଇ ଡିଭାଇଡର ଅତିକ୍ରମ କରି ଅନ୍ୟ ପାର୍ଶ୍ଵ ରୋଡ଼କୁ ଯାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର କୁ ଧକ୍କା ଦେଇଛି l ମିଳିଥିବା ସୂଚନା ଅନୁଯାଇ ବ୍ରହ୍ମପୁର ପାର୍ଶ୍ଵରୁ ଦୁଇଟି କାର ଭୁବନେଶ୍ୱର ଅଭିମୁଖେ ଆଗ ପଛ ହୋଇ ଯାତ୍ରା କରୁଥିଲେ l ହଠାତ ହୁମ୍ମା ନିକଟ ଜସଷ୍ଟିଂଙ୍ଗ ନିକଟରେ ଧଳା ରଙ୍ଗର HYRYDER କାର୍ ଯାହାର ନମ୍ୱର OD02CY0300 ଗାଡି ଅତି ଦ୍ରୁତଗତିରେ ଆଗରେ ଯାଉଥିବା କଳା ରଙ୍ଗର ଟାଟା ସଫାରି କାର୍ ଯାହାର ନମ୍ୱର 25BH 9861F କୁ ପଛପଟୁ ଜୋରରେ ଧକ୍କା ଦେବା ଫଳରେ ଆଗ ସଫାରୀ କାରଟି ରାସ୍ତା ପାର୍ଶ୍ବ ଜମିକୁ ଓଲଟି ଯାଇଥିଲା, କିନ୍ତୁ ଧକ୍କା ଦେଇଥିବା ଧଳା ରଙ୍ଗର HYRYDER କାର୍ ଡିଭାଇଡର ଅତିକ୍ରମ କରି ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଇଣ୍ଡିଆନ ଅଏଲ ଟ୍ୟାଙ୍କର ଯାହାର ନମ୍ବର ନମ୍ବର OD07G 8333 ର ପଛପଟକୁ ଜୋର୍ ରେ ଧକ୍କା ଦେଇଥିଲା l ଫଳରେ କାର୍ ଦୁଇଟି ଓ ପେଟ୍ରୋଲ ଟ୍ୟାଙ୍କର ଭଙ୍ଗାରୁଜା ହୋଇଛି ଏବଂ କାର ରେ ବସିଥିବା ଯୁବକ ଓ ଯୁବତୀ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଗଞ୍ଜାମ ଓ ଛତ୍ରପୁର ମେଡ଼ିକାଲ କୁ ପଠାଯାଇଛି l ଘଟଣା ସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ବିନୟ କୁମାର ଦାଶ ଏବଂ ତାଙ୍କ ଟିମ୍ ପହଞ୍ଚି ଘଟଣା ର ତଦନ୍ତ କରୁଛନ୍ତି l ଉଭୟ ପକ୍ଷକୁ ଡକା ଯାଇ ଆଲୋଚନା କରାଯିବ ବୋଲି ହୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି l