ଗାନ୍ଧୀ ସାଇନ୍ସ କଲେଜ ପକ୍ଷରୁ ବ୍ରହ୍ମଗିରି ବ୍ଲକ ର ୧୩ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ
ହଁ ଆଜ୍ଞା ଆମ ଚାନେଲ ତରଫରୁ କହିବାକୁ ଚାହୁଁଛୁ କି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବୋର୍ଦ୍ଧିତ କରାଯାଉଥିବା ବେଳେ ଚଳିତ ବର୍ଷ ଗାନ୍ଧୀ ସାଇନ୍ସ କଲେଜ, ପୀତାପଲି, ଖୋର୍ଦ୍ଧା ର ଅଧକ୍ଷ ଲିଙ୍ଗରାଜ ଖଟେଇ ଏକ ଭିନ୍ନ ଢଙ୍ଗରେ ସମ୍ମାନିତ କରିଛନ୍ତି ବ୍ରହ୍ମଗିରି ବ୍ଲକର ଛାତ୍ରଛାତ୍ରୀ ମାନଙ୍କୁ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭକ୍ତିଭାବ ସୃଷ୍ଟି ପାଇଁ ମହାପ୍ରଭୁଙ୍କ ଫଟୋଚିତ୍ର ପ୍ରଦାନ କରିବା ସହିତ ଉତ୍ତରୀୟ ଏବଂ ସିଲ ପ୍ରଦାନ କରିଛନ୍ତି l ଅଧକ୍ଷ ଲିଙ୍ଗରାଜ ଖଟେଇଙ୍କ କହିବାନୁସାରେ ପ୍ରତ୍ୟେକ ଉତୀର୍ଣ୍ଣ ଛାତ୍ରଛାତ୍ରୀ ପାଠ ପଢିବା ସହିତ ଭଗବାନଙ୍କ ଶରଣରେ ନିଜକୁ ସମର୍ପିତ କରିଲେ ଆଗକୁ ସଫଳତା ନିଶ୍ଚିନ୍ତ ମିଳିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି l ଏହିଭଳି କାର୍ଯ୍ୟକ୍ରମ କୁ ସ୍ୱାଗତ କରି ବ୍ରହ୍ମଗିରି ର ବୁଦ୍ଧିଜୀବୀ, ଶିକ୍ଷାବିତ ଏବଂ ସମାଜସେବୀ ମାନେ ଗାନ୍ଧୀ ସାଇନ୍ସ କଲେଜ, ପିତାପଲି, ଖୋର୍ଦ୍ଧା ର ଅଧକ୍ଷ ଲିଙ୍ଗରାଜ ଖଟେଇଙ୍କୁ ଭୁରିଭୁରି ପ୍ରଶଂସା କରିବା ସହିତ ସ୍ୱାଗତ ଏବଂ ସମ୍ବୋର୍ଦ୍ଧନା ଜଣାଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
