ଆଜି ଅତିବତି ଜଗନ୍ନାଥ ଦାସ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ AI ପିଲାଙ୍କର ସମ୍ପର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି
ବାମୁଣ୍ଡି ଭାଗବତ ଟୁର୍ଙ୍ଗି ର ସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଙ୍କ ଚ଼େଷ୍ଟା ଓ ନିଷ୍ଠାରେ ଏସୁନ୍ଦର କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଦ୍ଵାରିକାନାଥ ବିଶ୍ୱାଳ ଏହି କାର୍ଯ୍ୟ କ୍ରମକୁ ତ୍ୱରାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବୋଡ଼ ଅଫ ସେକେଣ୍ଡାରୀ ଏଜୁକେସନର ଡେପୁଟି ଡାଇରେକ୍ଟର ସୁନିଲ କୁମାର ବ୍ରହ୍ମା ବଦ୍ରୀମିଶ୍ର ଉପେନ୍ଦ୍ର ମହାପାତ୍ର ବବିତା ବରାଳ ଅନ୍ତର୍ଯ୍ୟାମୀ ମିଶ୍ ସୁଶାନ୍ତ କୁମାର ଯେନା ତ୍ରିଲୋଚନ ଦଳାଇ ଦିଗାମ୍ବର ବେହେରା ଶ୍ରୀନାଥ ବେହେରା କୃଷ୍ଣଚନ୍ଦ୍ର ଉପାଧ୍ୟାୟ ରମେଶ ଦାଶ ରୋଜା ମହାପାତ୍ର ସରପଞ୍ଚ ବବିତା ବରାଳ ସମେତ ଅନ୍ୟକ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବ୍ରହ୍ମଗିରୀ ବ୍ଲକରେ Ai ପାଇଥିବା ପିଲାମାନଙ୍କୁ ସମୂର୍ଦ୍ଧିତ କରାଯାଇ ଥିଲା । ଦ୍ଵାରିକାନାଥ ବିଶ୍ୱାଳ ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ଚ଼ଳିତ ବର୍ଷ ପ୍ରଥମ ଦଶଜଣଙ୍କୁ ସମ୍ମାନିତ କରିଥିଲେ । ଭାଗବତ ପ୍ରଚ଼ାରକ ପ୍ରଣାନ୍ତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ବକ୍ତାଙ୍କ ଅଭିଭାଷଣ ପିଲାମାନଙ୍କ ପାଇଁ ଆଶୀର୍ବାଦ ଥିଲା । ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଙ୍କ ବିରାଟ ଚିନ୍ତାଧାରା ଏମହନିୟ କାର୍ଯ୍ୟକ୍ରମକୁ ସୁନ୍ଦର ରୂପ ଦେଇଥିଲା ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
