May 13, 2026

ବାଲି ମାଫିଆ ଙ୍କ ପାଇଁ ପ୍ରଭାବିତ ୧୨ ଗ୍ରାମ

IMG-20260513-WA0048
Share

 

ବଅଁରପାଳ, ୧୩/୫ ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଓ ଭୂଷଣ ଥାନା ଅଞ୍ଚଳରେ ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚୋରାଣ ପାଇଁ ୧୨ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ ହେବ। କୁରୁଣ୍ଟି, କୁସପଙ୍ଗା, ମାନପୁର ଓ କମଳାଙ୍କ ରେ ଥିବା ବାଲି ଘାଟରୁ ଦୈନିକ ୫୦ ରୁ ୧୦୦ ହାଇୱେ ଲୋଡ ବାଲି ଚୋରି ଚାଲଣା କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଥାନା ବାବୁ ମାନେ ସାଧାରଣ ଦୋସି ଦଣ୍ଡ ଦେଉଥିବା ବେଳେ ବାଲି ମାଫିଆ ଙ୍କୁ ଛାଡ କରୁଥିବା ଅଞ୍ଚଳ ବାସିଙ୍କୁ ବିସ୍ମୟ କରିଛି କମଳାଙ୍କ ଠାରୁ କୁରୁଣ୍ଟି ପର୍ଯ୍ୟନ୍ତ ବେଆଇନ ବାଲି ଭଳି ବାଲି ଗଦା ହୋଇଛି ।ଏହା କିପରି ତହସିଲ୍ ଦାର ପୋଲିସ ଓ ଖଣି ବିଭାଗକୁ ଦେଖା ଯାଉ ନାହିଁ ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି। କିଛି ବାଲି ମାଫିଆ ଅଞ୍ଚଳ ରେ ଗୁଣ୍ଡା ରାଜ ସହ ଆତଙ୍କ ଖେଳାଉ ଛନ୍ତି ବାଲି ମାଫିଆ ପାଇଁ ନିକଟରେ ମାନପୁର ଗ୍ରାମର ଜଣେ ଡ୍ରାଇଭର ନଦୀରେ ଭାସି ଯାଇ ମୃତ୍ୟୁ ବରଣ କରିଛି ନଦୀ କୂଳରୁ ମେସିନ ଯୋଗେ ବାଲି ଖୋଳା ଯାଉଥିବାରୁ ବର୍ଷା ଜଳ ବ୍ରାହ୍ମଣୀ ବଢି ପାଣି କୂଳ ଖାଇ ଯିବାର ସମ୍ଭାବନା ଅଛି ବ୍ରାହ୍ମଣୀ ନଦୀ କୂଳରେ ସହ ସହ ବସ୍ତି ବାସିନ୍ଦା ଥିବା ବେଳେ ବାଲି ମାଫିଆ ଙ୍କ ପାଇଁ ଗ୍ରାମବାସୀ ବିପଦ ମୁହଁରେ ପଡିବେ ବୋଲି ଅଭିଯୋଗ ହେଉଛି ମୁନାଫା ଖୋର ଅଫିସର ଓ ବାଲି ମାଫିଆ ଙ୍କୁ ଶୀଘ୍ର ଲୋକ ଲଗାଇ ବାକୁ ହିନ୍ଦୋଳ ବିଧାୟିକା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ହିନ୍ଦୋଳ ବାଲି ମାଫିଆ ଙ୍କ ବିରୋଧରେ ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳର ବହୁ ବୁଦ୍ଧିଜିବୀ ଦାବି କରିଛନ୍ତି ।