ଧନୁପାଲି ଶିଶୁ ବିଦ୍ୟା ମନ୍ଦିରରେ ମେଧାବୀ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ

ସମ୍ବଲପୁର, ୧୨. ୦୫:ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ଏ-୧ ପ୍ରାପ୍ତ କୃତି ଶିକ୍ଷାର୍ଥୀ ମାନଙ୍କ ପାଇଁ ଆଜି ଏକ ମେଧାବୀ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ର ସଭାପତି ଡ଼କ୍ଟର ଦେବେନ୍ଦ୍ର ପଣ୍ଡା ଦୀପ ପ୍ରଜ୍ବଳନ କରି ଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ କୃତି ଛାତ୍ର ଛାତ୍ରୀ ମାନଙ୍କ ବିବରଣୀ ପାଠ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପ୍ରଦୀପ ପଣ୍ଡା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ଶିକ୍ଷା ଅଧିକାରୀ, ବିଦ୍ୟାଳୟ ର ସଭାପତି, ଉପସଭାପତି ଡାକ୍ତର ଝାଙ୍କର, ସମ୍ପାଦକ ଜୟ ଶଙ୍କର ପାଢ଼ୀ, ସହ ସମ୍ପାଦକ ଅଭିମନ୍ୟୁ ସାହୁ, ଅବିନାଶ ସାହୁ ଜିଲ୍ଲା ଟପର, ଅନୁରାଗ ସାହୁ, ସ୍ଥିତପ୍ରଜ୍ଞା ଧର, ଶୁଭଶ୍ରୀ ନାଏକ, ଟ୍ୱିଙ୍କିଲ ନାୟକ, ଲିଜ଼ା ପାତ୍ର, ହର୍ଷିତ ବଢ଼େଇ, ଓ ପ୍ରତୀକ୍ଷା ପାତ୍ରଙ୍କ ସହିତ ଭାରତୀ କୃଷ୍ଣ ପରୀକ୍ଷା ଓ ପ୍ରାଦେଶିକ ମେଧା ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ସୁଶ୍ରୀ ସ୍ବର୍ଣ୍ଣଦି ରଥ, ସୁଶ୍ରୀ ଶକ୍ତି ସ୍ୱରୂପା ଷଡଙ୍ଗୀ, ଅନିନ୍ଦ୍ୟ ସୁନ୍ଦର ମହାନ୍ତି ଓ ଅବିନାଶ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଡ଼ଃ.ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
