ଚନ୍ଦନଯାତ୍ରା ମହୋତ୍ସବ ର ଉଦଯାପିତ ସନ୍ଧ୍ୟାରେ, ଶୁଭଲକ୍ଷ୍ମୀ ଭଜନ ସନ୍ଧ୍ୟା ..
ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ଗତ ସୋମବାର ଦିନ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଭକ୍ତିସଙ୍ଗୀତ ଆସର ର ପ୍ରଯୋଜକ ପ୍ରଦୀପ କୁମାର ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ, ଉପସ୍ଥାପକ ଭାବେ କ୍ଷୀରୋଦ କୁମାର ଦଳାଇ ଅଂଶଗ୍ରହଣ କରିଥିଲେ l ଏଥିରେ କୁମାର ବାପି, ଲିପି ପରିଡା, କୁମାର ଚିଣ୍ଟୁ ଓ ବିଷ୍ଣୁପ୍ରିୟା ପରିଡା ପ୍ରମୁଖ ଖ୍ୟାତନାମା କଣ୍ଠଶିଳ୍ପୀ ମାନେ, ଭକ୍ତିରସାତ୍ମକ ଭଜନ ପରିବେଷଣ କରିଥିବା ବେଳେ, ବାଦ୍ୟଯନ୍ତ୍ର ପରିଚାଳନା ରେ ଟୁକୁନା, ଦେବ, ଚନ୍ଦୁ ଓ ବାଦ୍ୟପରିଚାଳନା କରି ଅପୂର୍ଵ ସୁରଝଙ୍କାର ତୋଳିଥିଲେ l ତେବେ ସୁଦୂର ଯାଜପୁର ହରିପୁରହାଟ ରୁ ଆସିଥିବା ଏହି ସମସ୍ତ କଳାକାର ମାନଙ୍କୁ ମହୋତ୍ସବ କମିଟି ର କର୍ମକର୍ତ୍ତା ଅନନ୍ତ ଚରଣ ରାଉଳ, ବିଶ୍ୱରଞ୍ଜନ ରାଉଳ, ମହେନ୍ଦ୍ର କୁମାର ପଣ୍ଡା ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ, ମାଆଙ୍କ ଅଙ୍ଗବସ୍ତ୍ର, ଫଟୋଚିତ୍ର ଓ ମାଲ୍ୟାର୍ପଣ କରି ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ l ଚନ୍ଦନ ପୁଷ୍କରିଣୀ ର କୁଣ୍ଡିମନ୍ଦିରରେ ମାଆଙ୍କ ହଳଦୀଖେଳ ନୀତି ସମ୍ପନ୍ନ ହେବାପର୍ଯ୍ୟନ୍ତ ଏହି ଭକ୍ତିସଙ୍ଗୀତ ର ଆସର ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତମୁଗ୍ଧ କରିଦେଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
