ଚନ୍ଦନମହୋତ୍ସବ ପଞ୍ଚମସନ୍ଧ୍ୟା ରେ ମନମୋହିଲା ଅନମୁଲ ଭଜନସନ୍ଧ୍ୟା ..
ତିର୍ତ୍ତୋଲ ତା 7/5/2026 ମା ସାରଳା ଙ୍କ ଚନ୍ଦନଯାତ୍ରା, ଚପଖେଳ, ଉପଲକ୍ଷେ ଗତ ଦୁଇତାରିଖ ରୁ ଆରମ୍ଭ ହୋଇଥିବା, ଚନ୍ଦନଯାତ୍ରା ମହୋତ୍ସବ 2026 ର ପଞ୍ଚମସନ୍ଧ୍ୟା ରେ ଭୁବନେଶ୍ୱର ସ୍ଥିତ ଅନମୁଲ ଭଜନସନ୍ଧ୍ୟା ର କଳାକାର ମାନଙ୍କ ଦ୍ୱାରା ଗତ ବୁଧବାର ସଂଧ୍ୟାରେ, ପ୍ରଯୋଜକ ମିକୁନା ସାହାଣୀ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ପାରିବେଷିତ ଭକ୍ତିସଙ୍ଗୀତ ର ଆସର ଉପସ୍ଥିତ ଦର୍ଶକମାନଙ୍କୁ ଅଵିଭୂତ ଓ ଆନନ୍ଦିତ କରିଥିଲା l ଏଥିରେ ଉପସ୍ଥାପକ ଭାବେ ପ୍ରଭୁଦତ୍ତ ସ୍ୱାଇଁ (ବଣ୍ଟି ) କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଖ୍ୟାତନାମା କଣ୍ଠଶିଳ୍ପୀ ସନତ ପାଣିଗ୍ରାହୀ, ନିହାର ରଞ୍ଜନ, ତପସ୍ୱିନୀ ସାମନ୍ତ, ବିଜୟ ଲକ୍ଷ୍ମୀ, ରାନୁ ଓ ପ୍ରଭୁଦେବ ପ୍ରମୁଖ, ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ,ଭକ୍ତିସଙ୍ଗୀତ ପରିବେଷଣ କରି ଏକ ଭକ୍ତିଭାବମୟ ମାହାଲ ସୃଷ୍ଟି କରିଥିଲେ l ମିକୁନା, ବିନ୍ତୁ, ବାବୁ, ବିହାନ, ଲିଟୁ, ଛବି, ରାନୁ, ଉଲ୍ଲାସ ଓ ପପୁ ବାଦ୍ୟପରିଚାଳନା କରିଥିଲେ l ଏହି ଅବସରରେ ମହୋତ୍ସବ କମିଟି ତରଫରୁ ଅନନ୍ତଚରଣ ରାଉଳ, ସଂଗ୍ରାମ ନାୟକ, ପୂଜାପଣ୍ଡା ମହେନ୍ଦ୍ର କୁମାର ପଣ୍ଡା ଓ ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ସମସ୍ତ କଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର, ଫଟୋଚିତ୍ର ଓ ମାଲ୍ୟାର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
