May 15, 2026

ଚାରିବର୍ଷ ହେଲା ସରୁନି ବଡ଼ ନଦି ସେତୁ କାମ 

IMG-20260507-WA0036
Share

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ ଉପାନ୍ତ ଖବର ଦେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମ ଏବଂ ବେଲଗୁଣ୍ଠା ମଧ୍ୟରେ ବହି ଯାଇଥିବା ବଡ଼ ନଦୀ ଉପରେ ଦିର୍ଘ ଚାରି ବର୍ଷ ପୂର୍ବେ ସେତୁ କାମ ଆରମ୍ଭ ହୋଇଥିଲା କିନ୍ତୁ ଦିର୍ଘ ଚାରିବର୍ଷ ପରେ ମଧ୍ୟ ଏହି କାମ ସରି ପାରିଲା ନାହିଁ । ଏହି ନଦୀ ବେଲଗୁଣ୍ଠା ବ୍ଳକକୁ ଦୁଇଭାଗ କରୁଥିବାରୁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବେଲଗୁଣ୍ଠା ରେ ଥିବା ଶିକ୍ଷାନୁଷ୍ଠାନ , ଥାନା, ମେଡିକାଲ , ବ୍ଲକ କାର୍ଯ୍ୟାଳୟ ଓ ତଦସିଲ କାର୍ଯ୍ୟାଳୟ ଆଦି ଥିବାରୁ ଲୋକ ମାନଙ୍କୁ ୫/୧୦ କିଲୋମିଟର ପରିବର୍ତ୍ତେ ୨୫/୩୦ କିଲୋମିଟର ବୁଲିକି ଆସିବାକୁ ପଡୁଛି । ନଦୀ ଆରପଟେ ୧୧ ପଞ୍ଚାୟତ ରହିଛି ବିଶେଷକରି ଇଙ୍ଗିନାଠି, ନାଟଙ୍ଗା, ବେଣିପଲ୍ଲୀ, ଗୋବରା , ବଡ଼ବରୋସିଙ୍ଗି ,ଲୁଣିପଡ଼ା , କ୍ଷତ୍ରିୟବରପୁର , ଗାଙ୍ଗପୁର ଓ ଖଇରପୁଟି ଗ୍ରାମପଞ୍ଚାୟତ ର ପ୍ରାୟ ୯୦ ଗ୍ରାମ କୁ ବହୁତ ଅସୁବିଧା ହେଉଛି । ପ୍ରଶାସନ ର ନିରବତା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ । ଜନ ହିତରେ ଜିଲ୍ଲା ପ୍ରଶାସନ ଓ ସ୍ଥାନିୟ ସୋରଡା ବିଧାୟକ ଦୃଷ୍ଟି ଦେବାସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନିୟ ପଞ୍ଚାୟତ ବାସିନ୍ଦା ଦାବି କରିଛନ୍ତି ।